ସତ୍ୟଶିଖା (କଟକ) ୦୨/୦୧/୨୦୨୧ : ନକଲି ବ୍ୟବସାୟିକ ସଂସ୍ଥା ସୃଷ୍ଟି କରିବା, ସେହି ସଂସ୍ଥା ନାମରେ ଜାଲ୍ ବିଲ୍ ବାହାର କରି ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ହାତେଇଥିବା ଜଣେ ଠକକୁ ରାଜ୍ୟ ଜିଏସ୍ଟି ଏନ୍ଫୋର୍ସମେଣ୍ଟ୍ ଶାଖା ଗତକାଲି ରାତିରେ ଗିରଫ କରିଛି । ଏହି ସହିତ ୫୧୦.୨୮ କୋଟି ଟଙ୍କା ମୂଲ୍ୟର ଜାଲ୍ ବିଲ୍ ରୢାକେଟ୍ର ପର୍ଦାଫାସ ହୋଇଛି । ଏହି ଠକେଇର ମାଷ୍ଟର ମାଇଣ୍ଡ ହେଉଛି ସନ୍ଦୀପ ମହାନ୍ତି ।
ଅତି ଚତୁରତାର ସହ ସନ୍ଦୀପ ଜାଲ୍ କଂପାନି ସୃଷ୍ଟି କରୁଥିଲା । ସେହି କଂପାନିଗୁଡ଼ିକ ନାମରେ ଜାଲ୍ ବିଲ୍ ସୃଷ୍ଟି କରି ଇନ୍ପୁଟ୍ କ୍ରେଡିଟ୍ ହାତଉଥିଲା । ସେ ୨୨ଟି ନକଲି କଂପାନି ଗଠନ କରି ୧୬୬ କୋଟି ଟଙ୍କାର ଜାଲ୍ କିଣା ବିଲ୍ ପ୍ରସ୍ତୁତ କରି ୨୭.୧୧ କୋଟି ଟଙ୍କାର ଇନ୍ପୁଟ୍ କ୍ରେଡିଟ୍ ହାସଲ କରିଥିଲା । ସେହି ସମାନ ଢଙ୍ଗରେ ସେ ୩୪୪ କୋଟି ଟଙ୍କା ଜାଲ୍ କିଣା ବିଲ୍ ମାଧ୍ୟମରେ ୬୧.୬୯ କୋଟି ଟଙ୍କା ଇନ୍ପୁଟ୍ କ୍ରେଡିଟ୍ ରାଜ୍ୟ ତଥା ରାଜ୍ୟ ବାହାର ବ୍ୟବସାୟୀଙ୍କୁ ହସ୍ତାନ୍ତର କରିଛି । ପୁଣି ଥରେ ନକଲି ସଂସ୍ଥା ସ୍ଥାପନ କରି ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ହଡ଼ପ କରିବା ଯୋଜନା କରୁଥିବା ବେଳେ ରାଜ୍ୟ ଜିଏସ୍ଟି ଏନ୍ଫୋର୍ସମେଣ୍ଟ୍ ଶାଖା ହାତରେ ସନ୍ଦୀପ ଧରାପଡ଼ିଛି । ନକଲି ସଂସ୍ଥାଗୁଡ଼ିକର ପଞ୍ଜୀକରଣ ତୁରନ୍ତ ରଦ୍ଦ କରିବା ଲାଗି ଅଧିକାରୀମାନଙ୍କୁ କୁହାଯାଇଛି । ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ହାତେଇବା ବ୍ୟତୀତ ଟିକସ ଫାଙ୍କିବା, ବ୍ୟାଙ୍କ ଋଣ ଦୁର୍ନୀତି, ବେଆଇନ ନଗଦ କାରବାର ଏବଂ ହୱାଲା କାରବାର ଥିଲା ସନ୍ଦୀପର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ଓଡ଼ିଶା ବାଣିଜ୍ୟକର ଓ ଜିଏସ୍ଟି କମିସନର ସୁଶୀଲ କୁମାର ଲୋହାନୀ କହିଛନ୍ତି ।
ରାଜ୍ୟ ଜିଏସ୍ଟି ଏନ୍ଫୋର୍ସମେଣ୍ଟ୍ ଶାଖା ତରଫରୁ ବର୍ତ୍ତମାନ ସୁଦ୍ଧା ୧୭ ଜଣ ଠକଙ୍କୁ ଗିରଫ କରାଯାଇଥିବା ବେଳେ ୫୧୨୦ କୋଟି ଟଙ୍କାର ଜାଲ୍ ବିଲ୍ ରୢାକେଟ୍ ଧରାପଡ଼ିଛି । ଏହି ରୢାକେଟ୍ ମାଧ୍ୟମରେ ୯୭୦ କୋଟି ଟଙ୍କାର ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ହସ୍ତାନ୍ତର ହୋଇଛି । ଦୁଇଟି ଆର୍ଥିକ ବର୍ଷରେ ରାଜ୍ୟ ଜିଏସ୍ଟି ବିଭାଗ ୧୯,୫୩୯ ବ୍ୟବସାୟୀଙ୍କ ପଞ୍ଜୀକରଣ ରଦ୍ଦ କରିଛନ୍ତି ।
-
ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । -
ହରିୟାଣାର ସୋନିପତ ଜିଲ୍ଲାରେ ଭୂମିକମ୍ପ ଝଟକା। -
ଧରାପୃଷ୍ଠକୁ ଅବତରଣ କରିବେ ମାଆ ଜଗତଜନନୀ । -
ଭଟ୍ଟାରିକାଙ୍କ ମନ୍ଦିରକୁ ଛୁଇଁଲା ମହାନଦୀର ବନ୍ୟାଜଳ । -
ପଛକୁ ପଛ ଦୁଇଟି ଲଘୁଚାପ । -
ଡାକ୍ତର ହେବା ପାଇଁ ଆଶା କରୁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । -
ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର । ଦଶହରା ପୂର୍ବରୁ ଆଗୁଆ ମିଳିବ ବୋନସ୍ । -
ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଟାଇଫୁନ୍ ରାଗାସା ତାଣ୍ଡବ ରଚିଛି। -
ଜଗତ୍ଜନନୀଙ୍କ ଆଜିଠୁ ନବରାତ୍ରୀ ପୂଜା ଉତ୍ସବ। -
ଦିଲ୍ଲୀର ଅନେକ ସ୍କୁଲ ବିରୋଧରେ ପୁଣି ଥରେ ବୋମା ଧମକ ଦିଆଯାଇଛି ।