ସତ୍ୟଶିଖା ୧୧/୦୧/୨୦୨୧ : ଜାପାନରେ କରୋନା ଭାଇରସର ଆଉ ଏକ ନୂଆ ଷ୍ଟ୍ରେନ୍ ସାମ୍ନାକୁ ଆସିଛି । ବ୍ରାଜିଲରୁ ଜାପାନ ପହଁଚିଥିବା ଯାତ୍ରୀଙ୍କଠାରେ ଏହି ନୂଆ ଷ୍ଟ୍ରେନ୍ ଠାବ ହୋଇଛି । ଏହା ଦକ୍ଷିଣ ଆଫ୍ରିକା ଓ ବ୍ରିଟନରେ ଚିହ୍ନଟ ହୋଇଥିବା ଅଧିକ ସଂକ୍ରାମକ ଷ୍ଟ୍ରେନଠୁ ଭିନ୍ନ ଅଟେ । ଏହା ଉପରେ ବୈଜ୍ଞାନିକମାନେ ରିସର୍ଚ୍ଚ ଆରମ୍ଭ କରିଦେଇଛନ୍ତି । ରୟଟର୍ସ ରିପୋର୍ଟ ଅନୁସାରେ, ଜାପାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ବ୍ରାଜିଲରୁ ଆସିଥିବା ୪ଜଣଙ୍କ ଠାରେ ଏହା ନୂଆ ଷ୍ଟ୍ରେନ୍ ମିଳିଛି । ଜାପାନ ବ୍ରାଜିଲକୁ ଏହି ନୂଆ ଷ୍ଟ୍ରେନ୍ ବାବଦରେ ଜଣାଇ ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ମଧ୍ୟ ଏନେଇ ତଥ୍ୟ ପଠାଯାଇଛି ।
କରୋନା ଭାଇରସର ମାମଲା ବୃଦ୍ଧି ପାଇବା ପରେ ଜାପାନ ସରକାର ରାଜଧାନୀ ଟୋକିଓ ସମେତ ୪ଟି ଅଞ୍ଚଳରେ ଜରୁରୀକାଳିନ ସ୍ଥିତି ଲାଗୁ କରିଛନ୍ତି । ଏବେସୁଦ୍ଧା ଜାପାନରେ କରୋନା ସଂକ୍ରମିତଙ୍କ ମାମଲା ୨ ଲକ୍ଷ ୮୯ ହଜାରରେ ପହଁଚିଥିବା ବେଳେ ପ୍ରାୟ ୪୦୬୦ ଜୀବନ ହାରିଛନ୍ତି ।