ଖେଳଦେଶ

ଅଲମ୍ପିକ୍ସରେ ଭାରତକୁ ଆଉ ଏକ ପଦକ

ସତ୍ୟଶିଖା(ଟୋକିଓ) ୩୦.୦୭.୨୦୨୧:  ଦେଶବାସୀଙ୍କ ପାଇଁ ଭଲ ଖବର  । ମୀରାବାଇ ଚାନୁଙ୍କ ପରେ ଭାରତକୁ ଦ୍ୱିତୀୟ ପଦକ ମିଳିବା ସ୍ପଷ୍ଟ ହୋଇଛି  । ୬୯ କେଜି ବର୍ଗରେ ଦେବତାନ୍ତ ଲଭଲିନା ବୋରଗୋହାଇନ ଦେଶ ପାଇଁ ପଦକ ଆଣିବା ନିଶ୍ଚିତ ହୋଇଯାଇଛି  ।

ପୂର୍ବତନ ବିଶ୍ୱ ଚାମ୍ପିଆନ ନିଏନ ଚିନ ଚେନଙ୍କୁ ସେ ପରାସ୍ତ କରି ସେମି ଫାଇନାଲକୁ ପ୍ରବେଶ କରିଛନ୍ତି  । ଫଳରେ ସେ ସେମି ଫାଇନାଲରେ ପରାସ୍ତ ହେଲେବି ରୌପ୍ୟ ପାଇବା ନିଶ୍ଚିତ ହୋଇଯାଇଛି  । ଅପରପକ୍ଷରେ ସେ ଯଦି ସେମି ଫାଇନାଲରେ ବାଜିମାତ କରନ୍ତି ତେବେ ଆଉ ଏକ ଇତିହାସ ସୃଷ୍ଟି କରିବେ  ।

୨୩ ବର୍ଷୀୟ ଏହି ଆସାମ ବକ୍ସର ଅଗଷ୍ଟ ୪ରେ ସେମି ଫାଇନାଲ ଖେଳିବେ  । ତାଙ୍କର ଏଭଳି ସଫଳତାକୁ ନେଇ ଦେଶବ୍ୟାପୀ ପ୍ରଶଂସାର ସୁଅ ଛୁଟିଛି । କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ନେଇ କ୍ରୀଡ଼ାବିତଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ବେଷ୍ଟ ଅଫ ଲକ ଜଣାଇଛନ୍ତି  ।

Show More
Back to top button