ସତ୍ୟଶିଖା (ଭୁବନେଶ୍ୱର) ୩୦/୧୦/୨୦୨୦ : ନଭେମ୍ବର ୧ ତାରିଖରୁ ଉତ୍ତର ଓଡ଼ିଶାରେ ଏବଂ ୩ରେ ଉପକୂଳରେ ବର୍ଷା ହେବ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି । ଗୁରୁବାର ସନ୍ଧ୍ୟା ୭ଟା ବେଳକୁ ମିଆମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଦକ୍ଷିଣ ଚୀନ୍ ସାଗରରେ ସୃଷ୍ଟି ହୋଇଥିବା ମୋଲାଭୋ ବାତ୍ୟାର ଅବଶିଷ୍ଟାଂଶ ବଙ୍ଗୋପସାଗରକୁ ଆସି ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଶୁକ୍ରବାରରେ ଦକ୍ଷିଣ ବଙ୍ଗୋପସାଗରରୁ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ବିସ୍ତୀର୍ଣ୍ଣ ଲଘୁଚାପ ବଳୟ ସୃଷ୍ଟି କରି ୩୧ ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହୋଇପାରେ ।
ଆସୁଛି ଆଉ ଏକ ଲଘୁଚାପ ୩୧ରେ : ଓଡିଶାରେ ବର୍ଷା ସମ୍ଭାବନା
