ସତ୍ୟଶିଖା : ୧୯.୧୨.୨୦୨୦ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ-ବାଇଡେନ ଶୁକ୍ରବାର ଦିନ ହ୍ୱାଇଟ ହାଉସରେ କମ୍ୟୁନିକେଷନ ଓ ପ୍ରେସ ଷ୍ଟାକର ଘୋଷଣା କରିଛନ୍ତି । ବାଇଡେନଙ୍କ ଏହି ଟିମ୍ ରେ ଭାରତୀୟ ବଂଶୋଦ୍ଭବ ବେଦାନ୍ତ ପଟେଲଙ୍କୁ ସ୍ଥାନ ମିଳିଛି । ପଟେଲଙ୍କୁ ଆସିଷ୍ଟାଣ୍ଡ ପ୍ରେସ ସେକ୍ରେଟାରୀ ପଦ ମିଳିଛି । ଏହି କ୍ରମରେ ବାଇଡେନ ଶୁକ୍ରବାର ଦିନ ୧୬ ଜଣ ଲୋକଙ୍କ ନାମ ଘୋଷଣା କରିଛନ୍ତି । ବେଦାନ୍ତ ପଟେଲଙ୍କର ଜନ୍ମ ଭାରତରେ ହୋଇଥଲା । ହେଲେ ସେ କାଲିଫର୍ଣ୍ଣିଆରେ ବଡ ହୋଇଛନ୍ତି । ସେ ୟୁନିଭରସିଟି ଓ କାର୍ଲିଫର୍ଣ୍ଣିଆ- ରିଭର ସାଇଟ ଓ ପ୍ଲୋରିଡା ୟୁନିଭରସିଟିରେ ପାଠ ପଢିଛନ୍ତି । ସେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବାଇଡେନଙ୍କ ପକ୍ଷରୁ ଆଞ୍ଚଳିକ ଗମନା ଗମନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ । ପଟେଲ ବର୍ତ୍ତମାନ ବାଇଡେନଙ୍କ ଶପଥ ଗ୍ରହଣ ପାଇଁ ବରିଷ୍ଠ ପତ୍ରକାର ଭାବେ କାମ କରୁଛନ୍ତି ।
ଜୋ-ବାଇଡେନଙ୍କ ଟିମ୍ ରେ ଆଉ ଜଣେ ଭାରତୀୟ ସାମିଲ ହେଲେ
