ଅପରାଧନ୍ୟୁଜ୍ରାଜ୍ୟ

ସମ୍ବଲପୁରରେ ପୁଣି ବନ୍ଧୁକ ତିଆରି କାରଖାନା ଠାବ, ଜଣେ ଗିରଫ

ସତ୍ୟଶିଖା(ସମ୍ୱଲପୁର ) ୨୪.୦୧.୨୦୨୨ : : ସମ୍ବଲପୁରରେ ପୁଣି ବନ୍ଧୁକ ତିଆରି କାରଖାନା ଠାବ ହୋଇଛି । ଜଣେ ଗିରଫ ହୋଇଥିବା ଜଣାପଡିଛି । ଧନୁପାଲି ପୋଲିସ ଖବର ପାଇ ମାନେଶ୍ୱର ସ୍ଥିତ RTO ଅଫିସ ପାଖରେ ଚଢାଉ କରିଥିଲା । ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଏକ କ୍ୟାବିନ ଭିତରେ ବନ୍ଧୁକ ତିଆରି କାରଖାନା ଚାଲୁଥିଲା ।

ଘଟଣାସ୍ଥଳକୁ ଜଣେ ଯୁବକ ସହ ଅର୍ଦ୍ଧ ନିର୍ମିତ ଗୋଟିଏ ବନ୍ଧୁକ, ଡ୍ରିଲ୍ ମେସିନ ଓ ବନ୍ଧୁକ ତିଆରି ସାମଗ୍ରୀ ପୋଲିସ ଜବତ କରିଛି । ଗିରଫ ଯୁବକ ହେଲେ ନକ୍ସାପାଲି ଗାଁର ଅନୁଜ ସିଂ । ସବୁଠୁ ଆଶ୍ଚର୍ଯ୍ୟର କଥା, ଜାତୀୟ ରାଜପଥ କଡ଼ରେ ତାହା ପୁଣି ଆରଟିଓ ଅଫିସ ପାଖରେ ବନ୍ଧୁକ ତିଆରି କାରବାର ଚାଲିଥିଲେ ମଧ୍ୟ କେହି କିଭଳି ଜାଣି ପାରୁନଥିଲେ ବୋଲି ପ୍ରଶ୍ନ ଉଠିଛି । ତେବେ ଗତ ସେପ୍ଟେମ୍ଵର ମାସରେ ସମ୍ବଲପୁର ଜୁଜୁମୁରା ଥାନା ଅଂଚଳରେ ଜଙ୍ଗଲ ଭିତରେ ୨ଟି ବନ୍ଧୁକ ତିଆରି କାରାଖାନ ଠାବ ହେବା ସହ ୭ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ ।

Show More
Back to top button