୨୦ ତାରିଖରେ ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।

ସତ୍ୟଶିଖା ୧୫/୦୯/୨୦୨୫: ସୋମବାର ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କୌଣସି ସ୍ଥାନରେ ବଡ଼ ବର୍ଷା ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମଙ୍ଗଳବାର ମଧ୍ୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ।

ଆଇଏମ୍‌ଡି ଡିଜି କହିଛନ୍ତିସୃଷ୍ଟି ହୋଇଥିବା ଲଘୁଚାପ ଏବେ ତେଲଙ୍ଗାନା ଓ ବିଦର୍ଭରେ କେନ୍ଦ୍ରୀଭୂତ ହୋଇ ରହିଛି। ଫଳରେ ବର୍ଷା ଧୀରେ ଧୀରେ କମିଯିବ। ଘୂର୍ଣ୍ଣିବଳୟ ସୃଷ୍ଟି ଅବଧି ପାଖେଇଲେ ଏହାକୁ ନେଇ ସ୍ପଷ୍ଟ ଚିତ୍ର ଆସିବ। ଓଡ଼ିଶାରୁ ଏବେ ମୌସୁମୀ ପ୍ରତ୍ୟାହାର ହେବନି ବୋଲି ସେ କହିଛନ୍ତି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ  ପଶୁପାଳକ କହିଛନ୍ତିସେପ୍ଟେମ୍ବର ମାସ ଆରମ୍ଭରୁ ଅକ୍ଟୋବର  ମାସର ବାତ୍ୟା ଆକଳନ କରିହେବନି। ଏହା ବୈଜ୍ଞାନିକ ତଥ୍ୟଭିତ୍ତିକ ନୁହେଁ। ତେବେ ଆଇଓଡିଇଏନ୍‌ଏସ୍‌ଓ ଓ  ବଙ୍ଗୋପସାଗରର ତାପମାତ୍ରା ଭଳି ବିଭିନ୍ନ କାରକକୁ ଦେଖିଲେ ଅକ୍ଟୋବର-ନଭେମ୍ବରରେ ବଙ୍ଗୋପସାଗରରେ ବାତ୍ୟା ହେବା ସମ୍ଭାବନା ୭୦%ରୁ ଅଧିକ। କିନ୍ତୁ ସେପ୍ଟେମ୍ବର ଶେଷ ବେଳକୁ ଏନେଇ ସ୍ପଷ୍ଟ ଆକଳନ କରିହେବ।

ସେ କହିଛନ୍ତିସମ୍ଭାବ୍ୟ ଏଲ୍‌ ନିନୋ ବାତ୍ୟାର କାରଣ  ବୋଲି ଅନେକ ଭାବନ୍ତି । ଏହା କିଛି ମାତ୍ରାରେ ସତ। କିନ୍ତୁ  ବାତ୍ୟାର ବହୁ କାରଣ ଅଛି। ଇଏନ୍‌ଏସ୍‌ଓ (ଏଲ୍‌ ନିନୋ  ସାଉଥର୍ଣ୍ଣ ଓସିଲେସନ୍‌)ର ଦୁଇଟି ଅବସ୍ଥା ଥାଏ। ​​​​​​​ଗୋଟିଏ ଏଲ୍‌ ନିନୋ ଓ ଅନ୍ୟଟି ଲା-ନିନା । ଏହି  ଦୁଇଟିର ମଝି ସମୟକୁ ନିଉଟ୍ରାଲ ସ୍ଥିତି କୁହାଯାଏ। ଏବେ ନିଉଟ୍ରାଲ ସ୍ଥିତି ରହିଛି। ଅକ୍ଟୋବରରୁ ଡିସେମ୍ବର ଭିତରେ ଲା-ନିନା ସ୍ଥିତି ରହିପାରେ ବୋଲି ଆକଳନ ରହିଛି। ନଭେମ୍ବରରେ ଏହି ସ୍ଥିତି  ରହିବ ଓ ଏହା ଦୁର୍ବଳ ମଧ୍ୟ ରହିବ।ଏଲ୍‌ ନିନୋ ସ୍ଥିତି ଥିବା ସମୟରେ  ବଙ୍ଗୋପସାଗରରେ ୨୦୧୪ରେ ହୁଡହୁଡ୍‌’ ଓ  ୨୦୧୮ରେ ତିତ୍‌ଲି’ ସୃଷ୍ଟି ହୋଇଥିଲା। ସ୍ଥିତି ନିଉଟ୍ରାଲ ଥିବା ସମୟରେ ୨୦୧୩ରେ ଫାଇଲିନ୍‌’  ଓ ୨୦୧୯ରେ ଫନି’ ହୋଇଥିଲା। ଲା ନିନା  ସ୍ଥିତି ବେଳେ ୧୯୯୯ ମହାବାତ୍ୟା ଓ ୨୦୨୦ରେ  ଅମ୍ପାନ୍‌’ ହୋଇଥିଲା। ଲା ନିନା ଥିବା ସମୟରେ ବଙ୍ଗୋପସାଗରରେ ଅଧିକ ବାତ୍ୟା ସୃଷ୍ଟି ହେଉଥିବା ଗତ ୨୪ ବର୍ଷର ତଥ୍ୟରୁ ଜଣାପଡୁଛି।

ଇଏନ୍‌ଏସଓକୁ ଛାଡ଼ି ଆଇଓଡି ଓ ଏମ୍‌ଜିଓ ମଧ୍ୟ ବାତ୍ୟାର ସୃଷ୍ଟିକୁ ଶକ୍ତିଶାଳୀ କରେ । ଆଇଓଡି ନେଗେଟିଭ୍‌ ରହିଲେ ବଙ୍ଗୋପସାଗରୀୟ ଜଳପତ୍ତନର ତାପମାତ୍ରା ଅଧିକ ଗରମ ରୁହେ। ସାଧାରଣ ଭାବେ ଏଲ୍‌ ନିନୋ ପରେ ଏହା ହୁଏ।  ଏହା ବାତ୍ୟାକୁ ଶକ୍ତିଶାଳୀ କରିବାକୁ ବଳ ଯୋଗାଏ। ସେପ୍ଟେମ୍ବରରେ ଆଇଓଡି ନେଗେଟିଭ୍‌ ରହିଛି । ଅକ୍ଟୋବର ମାସରେ ଏହା ନେଗେଟିଭ୍‌ ରହିବ ।  ଏହା ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ହୋଇପାରେ। ଏମ୍‌ଜିଓ ବଙ୍ଗୋପସାଗର ଓ ଭାରତ ମହାସାଗରରେ ସକ୍ରିୟ ରହିଲେ ବାତ୍ୟା ସୃଷ୍ଟି  ପାଇଁ ଅନୁକୂଳ ହୁଏ । ମେଘର ଗଠନ ଓ ବାୟୁର ଉଦ୍ଧ୍ୱର୍ଗାମୀ ଗତି ଓ ଲଘୁଚାପ ବା ଅବପାତର ଚକ୍ରଗତି ଅଧିକ ହେଲେ ଏହା ବାତ୍ୟା ସୃଷ୍ଟି ପାଇଁ  ଅନୁକୂଳ କରିବା ସହ ବାତ୍ୟାକୁ ଶକ୍ତିଶାଳୀ କରେ। କିନ୍ତୁ ବାତ୍ୟା ସମୟରେ ଏମ୍‌ଜିଓ କିଭଳି ରହିବ ତାହା ଏବେଠାରୁ କହିହେବନି । ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ଓ କେବେ କେବେ ପ୍ରତ୍ୟାବର୍ତ୍ତନ ସମୟରେ ବାତ୍ୟା ସୃଷ୍ଟି ହୋଇଥାଏ ।

ମୌସୁମୀ ସମୟରେ ବାତ୍ୟା ହୁଏନି। ଊଦ୍ଧ୍ୱର୍ଗାମୀ ବାୟୁର ଗତିର ବେଗ ଘର୍ଷଣ ଯୋଗୁ  କମ୍‌ ହୋଇଥାଏ । ମୌସୁମୀ ବାୟୁପ୍ରବାହ ଯୋଗୁ  ବାୟୁମଣ୍ଡଳ ଅସ୍ଥିର ବି ରୁହେ। ଏହି ସ୍ଥିତି ବାତ୍ୟା ପାଇଁ ଅନୁକୂଳ ନୁହେଁ। ମୌସୁମୀ ପ୍ରତ୍ୟାବର୍ତ୍ତନ ସମୟରେ ଏହାର ଟ୍ରଫ୍‌ ବଙ୍ଗୋପସାଗରକୁ ଲମ୍ବିଥିଲେ ତାହା ବାତ୍ୟା ପାଇଁ ଅନୁକୂଳ ହୁଏ। ଏବେ ମୌସୁମୀ ରାଜସ୍ଥାନରୁ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କରିଛି । ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବା ବେଳକୁ ଆହୁରି ମାସେ ଲାଗିବ। ଆସନ୍ତା ଅକ୍ଟୋବର ୨ରୁ ୧୦ ମଧ୍ୟରେ ମୌସୁମୀ ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ ସାନି ଆକଳନ କରିଛନ୍ତି।

Exit mobile version