ସତ୍ୟଶିଖା : ୧୯.୧୨.୨୦୨୦ : କନସୋର୍ଟିୟମ ବ୍ୟାଙ୍କରୁ ୭ ହଜାର ୯୨୬ କୋଟି ଟଙ୍କାର ଠକେଇ l ହାଇଦ୍ରାବାଦ୍ ଭିତ୍ତିକ ଟ୍ରାନ୍ସଷ୍ଟ୍ରଏ ଇଣ୍ଡିଆ ଲିଃ କଂପାନୀ ଠକେଇ କରିଥିବା ସାମ୍ନାକୁ ଆସିଲା ତଥ୍ୟ ବ୍ୟାଙ୍କ ଗୁଡିକରେ ଠକେଇ ବଢିବାରେ ଲାଗିଛି । ନୀରବ ମୋଦି ଓ ମେହୁଲ ଚୌକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର କୋଟି ଠକିନେବା ଭଳି ଆଉଏକ ବଡ ବ୍ୟାଙ୍କ ଠକେଇ ସାମ୍ନାକୁ ଆସିଛି । ହାଇଦ୍ରାବାଦ ଭିତିକ ଟ୍ରାନ୍ସଷ୍ଟ୍ରଏ ଇଣ୍ଡିଆ ଲିମିଟେଡ ନାମକ ଏକ କମ୍ପାନି କନସୋର୍ଟିୟମ ବ୍ୟାଙ୍କକୁ ୭ ହଜାର ୯୨୬ କୋଟି ଟଙ୍କା ଠକିଥିବା ଅଭିଯୋଗ ଆସିଛି । ତେଣୁ ଏହି କମ୍ପାନି ବିରୋଧରେ ଶୁକ୍ରବାର ମାମଲା ରୁଜୁ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ- ସିବିଆଇ ।
ଆଉ ଏକ ବଡ ବ୍ୟାଙ୍କ ଠକେଇ
