ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ଆଉ ୯୨୫ କରୋନା ଆକ୍ରାନ୍ତ ଚିହ୍ନଟ

ସତ୍ୟଶିଖା( ଭୁବନେଶ୍ୱର )୧୫.୦୨.୨୦୨୨ : ରାଜ୍ୟରେ ଏକ ହଜାର ତଳକୁ ଖସିଲା କରୋନା ଦୈନିକ ମାମଲା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୯୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୩୮୩ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୨୦୩ ପଜିଟିଭ୍ । ଖୋର୍ଦ୍ଧାରୁ ସର୍ବାଧିକ ୧୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୪୪, ବାଲେଶ୍ୱର ୨୨, ବରଗଡ ୧୩, ଭଦ୍ରକ ୧୬, ବଲାଙ୍ଗିର ୨, ବୌଦ୍ଧ ୨୩, କଟକ ୫୨, ଦେବଗଡ ୧୭, ଢେଙ୍କାନାଳ ୧୫, ଗଜପତିରୁ ୩୮ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୨୬, ଜଗତସିଂହପୁର ୫୦, ଯାଜପୁର ୪୭, ଝାରସୁଗୁଡା ୨୪, କଳାହାଣ୍ଡି ୧୦, କନ୍ଧମାଳ ୫, କେନ୍ଦ୍ରାପଡା ୩୪, କେନ୍ଦୁଝରରେ ୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ କୋରାପୁଟ ୪୬, ମାଲକାନଗିରି ୬, ମୟୂରଭଞ୍ଜ ୩୧, ନବରଙ୍ଗପୁର ୬, ନୟାଗଡ ୨୧, ନୂଆପଡା ୮, ପୁରୀ ୧୩, ରାୟଗଡା ୧୮, ସମ୍ବଲପୁର ୨୯, ସୋନପୁର ୧୮, ସୁନ୍ଦରଗଡ ୮୮ ଷ୍ଟେଟପୁଲରୁ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୧,୯୫୬ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨ଲକ୍ଷ ୫୯ ହଜାର ୭୯୬ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨, ୭୯, ୦୪୬କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୦ ହଜାର ୨୭୧ ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Show More
Back to top button