

ସତ୍ୟଶିଖା(ନୂଆଦିଲ୍ଲୀ) ୨୮.୧୨.୨୦୨୧: ଦେଶରେ ଗତ ୨୪ ଘଣ୍ଟାରେ ଆଉ ୬ହଜାର ୩୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୯୩ ଜଣଙ୍କ ଜୀବନ ନେଇଛି ମହାମାରୀ ଭୂତାଣୁ । ଗୋଟିଏ ଦିନରେ ଦେଶରେ ୬ହଜାର ୪୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୫ ହଜାର ୪୫୬ । ସେହିପରି ସାରା ଦେଶରେ ଏଯାଏ ଚିହ୍ନଟ ହେଲେଣି ୬୫୩ ଓମିକ୍ରନ ଆକ୍ରନ୍ତ । ସେଥିମଧ୍ୟରୁ ମୋଟ୍ ୧୮୬ ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ମହାରାଷ୍ଟ୍ରରୁ ସର୍ବାଧିକ ୧୬୭ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬୧ ଜଣ ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ଦିଲ୍ଲୀରୁ ୧୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସୁସ୍ଥ ହୋଇଛନ୍ତି ୨୩ ଆକ୍ରାନ୍ତ । କେରଳରୁ ୫୭, ତେଲେଙ୍ଗାନାରୁ ୫୫, ଗୁଜରାଟରୁ ୪୯, ରାଜସ୍ଥାନରୁ ୪୬ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।