ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ଆଉ ୪୨୮ କରୋନା ଆକ୍ରାନ୍ତ ଚିହ୍ନଟ

ସତ୍ୟଶିଖା( ଭୁବନେଶ୍ୱର )୨୨.୦୨.୨୦୨୨ : ରାଜ୍ୟରେ କମୁଛି କରୋନା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟର ୨୯ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି କରୋନା ସଂକ୍ରମଣ । ଗୋଟିଏ ଜିଲ୍ଲା ଅର୍ଥାତ ଭଦ୍ରକ ଜିଲ୍ଲାରୁ ଆଜି କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୧୭୯ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୧୩୬ ପଜିଟିଭ୍ । ସୁନ୍ଦରଗଡ଼ରୁସର୍ବାଧିକ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୫, ବାଲେଶ୍ୱର ୫, ବରଗଡ ୫, ବଲାଙ୍ଗିର ୧, ବୌଦ୍ଧ ୧, କଟକ ୨୭, ଦେବଗଡ ୧୬, ଢେଙ୍କାନାଳ ୩, ଗଜପତିରୁ ୨୮ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୪, ଜଗତସିଂହପୁର ୪, ଯାଜପୁର ୧୬, ଝାରସୁଗୁଡା ୧୫, କଳାହାଣ୍ଡି ୩, କନ୍ଧମାଳ ୮, କେନ୍ଦ୍ରାପଡା ୩୫, କେନ୍ଦୁଝରରେ ୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Show More
Back to top button