

ସତ୍ୟଶିଖା ୮.୦୯.୨୦୨୦: ଆଜି ରାଜ୍ୟରେ ୩୪ ଶହ ୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୨ ହଜାର ୯୪ ଜଣ ଥିବା ବେଳେ ୧୩ ଶହ ୯୬ ସ୍ଥାନୀୟ ସଂକ୍ରମିତ । ୨୪ ଘଂଟାରେ ରାଜ୍ୟରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ୩୪ ଶହ ୯୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୫୩୫ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୭୬, ଯାଜପୁରରୁ ୧୭୮,ରାୟଗଡାରୁ ୨୦୬, ନୂଆପଡାରୁ ୧୦୨,ସୋନପୁରରୁ ୧୦୭, ମୟୁରଭଂଜରୁ ୨୦୭,ବଲାଙ୍ଗୀରରୁ ୧୧୦, ପୁରୀରୁ ୨୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
“ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧,୩୧,୩୮୨କୁ ବୃଦ୍ଧି”
ସେହିପରି ବାଲେଶ୍ୱରରୁ ୯୧, ଭଦ୍ରକରୁ ୮୯, ଢେଙ୍କାନାଳରୁ ୮୧, ଗଂଜାମରୁ ୬୯, ଗଜପତିରୁ ୫୩, ଜଗତସିଂହପୁରରୁ ୯୧, କନ୍ଧମାଳରୁ ୮୪, କଳାହାଣ୍ଡିରୁ ୩୯,କେନ୍ଦ୍ରାପଡାରୁ ୮୫, ସୁନ୍ଦରଗଡରୁ ୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୩୧ ୩୮୨ରେ ପହଚିଂଛି । ଏଯାଏ ୯୯ ହଜାର ୩୯୮ ଜଣ ସୁସ୍ଥ ହୋଇଥିବା ବେଳେ ୩୧ ହଜାର ୩୬୨ ଜଣ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ।