ରାଜଧାନୀରେ ୨୪ଘଣ୍ଟାରେ ପୁଣି ୩୨ ଡେଙ୍ଗୁ ରୋଗୀ ଚିହ୍ନଟ

ସତ୍ୟଶିଖା(ଭୁବନେଶ୍ୱର) ୨୯.୦୭.୨୦୨୧: କରୋନାରେ କଲବଲ ରାଜଧାନୀବାସୀଙ୍କୁ  ଛାଡ଼ୁନି ଡେଙ୍ଗୁ ଡର । ରାଜଧାନୀରେ ୨୪ଘଣ୍ଟାରେ ପୁଣି ୩୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।  ଏହାସହ ଭୁବନେଶ୍ୱରର ଡେଙ୍ଗୁ ରୋଗୀ ସଂଖ୍ୟା ୪୫୩କୁ ବୃଦ୍ଧି ପାଇଛି।

ମଙ୍ଗଳବାର ୩୦ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ  । ପ୍ରତି ସମ୍ବେଦନଶୀଳ ଅଂଚଳରେ ଦୈନିକ ୨୮୦ଟଙ୍କା ହିସାବରେ ୨୦ଜଣ ଲେଖାଏଁ ଲୋକଙ୍କୁ ନିୟୋଜିତ କରିବାକୁ ଯୋଜନା କରୁଛି ସ୍ୱାସ୍ଥ୍ୟ ବିଭାଗ । ସଫେଇ ଓ ସଚେତନତା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀଙ୍କ ସହ ସ୍ୱଚ୍ଛସାଥୀଙ୍କୁ ବିଭିନ୍ନ ୱାର୍ଡରେ ନିୟୋଜିତ କରାଯାଇଛି ।

ରାଜଧାନୀ ଭୁବନେଶ୍ୱର ପାଇଁ ସୃଷ୍ଟି ହୋଇଛି ଡବଲ୍ ଚ୍ୟାଲେଞ୍ଜ୍। ଗୋଟିଏ ପଟେ ରାଜଧାନୀରେ ଦୈନିକ କୋଭିଡ୍‌ ସଂକ୍ରମଣ ଆଖିଦୃଶିଆ ଭାବେ କମୁନଥିବା ବେଳେ ବିଏମ୍‌ସି ପାଇଁ ଏବେ ସୃଷ୍ଟି ହୋଇଛି ଡେଙ୍ଗୁ ନିୟନ୍ତ୍ରଣ ଚ୍ୟାଲେଞ୍ଜ। ଏଥିପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

 

Exit mobile version