ରାଜ୍ୟରେ ଆଉ ୨୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ସତ୍ୟଶିଖା( ଭୁବନେଶ୍ୱର )୧୨.୦୨.୨୦୨୨ :  ରାଜ୍ୟରେ କମୁନି କରୋନା ମୃତ୍ୟୁ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୨୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱରରୁ ସର୍ବାଧିକ ୭ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ, ବାଲେଶ୍ୱରରୁ ଆଉ ୬ଜଣଙ୍କ ଜୀବନ ନେଇଛି କରୋନା । ସେହିପରି ଯାଜପୁରରୁ ୩, ଭଦ୍ରକ ଓ ମୟୂରଭଞ୍ଜରୁ ୨ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ବରଗଡ଼, ପୁରୀ, ନବରଙ୍ଗପୁର ଓ ଅନୁଗୁଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮ହଜାର ୮୬୨କୁ ବୃଦ୍ଧି ପାଇଛି ।

Exit mobile version