ଦେଶରେ ଚିହ୍ନଟ ହେଲେ ଆଉ ୨ ହଜାର ୩୨୩ ଆକ୍ରାନ୍ତ

ସତ୍ୟଶିଖା( ନୂଆଦିଲ୍ଲୀ )୨୧.୦୫.୨୦୨୨ : ଦେଶରେ ଦିନକରେ ଆଉ ୨ ହଜାର ୩୨୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୧,୩୪,୧୪୫କୁ ବୃଦ୍ଧି ପାଇଛି। ସେହିପରି ଆଉ ୨,୩୪୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୨୫,୯୪,୮୦୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟହାର ୯୮.୭୫%। ଚିିକିତ୍ସାଧୀନ ଅବସ୍ଥାରେ ଆଉ ୨୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୪,୩୪୮ରେ ପହଞ୍ଚିଛି। ମୃତ୍ୟୁ ହାର ୧.୨୨%। ୧୪,୯୯୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୦୩%।

Exit mobile version