ରାଜ୍ୟ

ଚିହ୍ନଟ ହେଲେ ୮ ପଜିଟିଭ, ବରଗଡ଼ ଛୁଇଁଲା କରୋନା

ବଲାଙ୍ଗିର/ବରଗଡ଼ (ସତ୍ୟଶିଖା): ରାଜ୍ୟରେ ନୂଆ ୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ବଲାଙ୍ଗିର ଜିଲ୍ଲାରେ ୭ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ ଜିଲ୍ଲାରେ ଜଣେ ଚିହ୍ନଟ ହୋଇଛନ୍ତି। ବରଗଡ଼ ଜିଲ୍ଲାକୁ ପ୍ରଥମ ଥର ପାଇଁ କରୋନା ଛୁଇଁଥିବା ବେଳେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୭କୁ ବୃଦ୍ଧି ପାଇଛି।

ବଲାଙ୍ଗିର ଜିଲ୍ଲାର ଆକ୍ରାନ୍ତଙ୍କ ମଧ୍ୟରୁ ଆଗଲପୁର ଓ ସଇଁତଳା ବ୍ଲକରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଲୋଇସିଂହା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି। ଫଳରେ ଜିଲ୍ଲାରେ ପଜିଟିଭ ସଂଖ୍ୟା ୧୬ରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ

ଆକ୍ରାନ୍ତ ୭ ଜଣ ପୁରୁଷ ଓ ସମସ୍ତେ ବାହାର ରାଜ୍ୟରୁ ଫେରି କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ଥିଲେ। ସେଠାରେ ସ୍ୱାବ ଟେଷ୍ଟ ପରେ ସେମାନେ କରୋନାରେ ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଛି।

ବରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତ ଜଣଙ୍କ ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିଲେ। ଜିଲ୍ଲା ଲୋକ ସଂପର୍କ ଅଧିକାରୀ କଲ୍ୟାଣୀ ଦାସ ଏହି ସୂଚନା ଦେଇଛନ୍ତି।

 

 

[ad_2]
Show More
Back to top button