ସତ୍ୟଶିଖା (ନୂଆଦିଲ୍ଲୀ) ୨୯/୧୨/୨୦୨୦ : କେନ୍ଦ୍ର ସରକାରଙ୍କ ତରଫରୁ ଜିଏସ୍ଟି କ୍ଷତିପୂରଣର ନବମ କିସ୍ତି ଜାରି କରାଯାଇଛି । ଏଥର ଓଡ଼ିଶାକୁ ୨୦୮.୦୮ କୋଟି ଟଙ୍କା ମିଳିଛି । ନଅ ଥରରେ ରାଜ୍ୟକୁ ସମୁଦାୟ ୨୧୬୨.୨୯ କୋଟି ଟଙ୍କା ମିଳିଛି । ଏହା ପୂର୍ବରୁ ଅଷ୍ଟମ କିସ୍ତିରେ ମଧ୍ୟ ରାଜ୍ୟକୁ ୨୦୮.୦୮କୋଟି ଟଙ୍କା ମିଳିଥିଲା । କେନ୍ଦ୍ର ସରକାର ନଅଟି କିସ୍ତିରେ ରାଜ୍ୟଗୁଡ଼ିକୁ ମୋଟ ୫୪ ହଜାର କୋଟି ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିଛନ୍ତି । ପ୍ରତି କିସ୍ତିରେ ୬୦୦୦ ଟଙ୍କା ଲେଖାଏଁ ଦିଆଯାଉଛି ।
ଓଡ଼ିଶାକୁ ଆଉ ୨୦୮ କୋଟି ଜିଏସ୍ଟି କ୍ଷତିପୂରଣ
