ଖେଳମନୋରଞ୍ଜନ

ଏହି ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ

ସତ୍ୟଶିଖା (ନୂଆଦିଲ୍ଲୀ) ୨୪/୧୧/୨୦୨୦ : ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ଠିକ୍‌ ପୂର୍ବରୁ ଭାରତୀୟ ଦଳକୁ ନୂତନ ଜର୍ସି ମିଳି ଯାଇଛି ।  ଦଳର ଓପନର ଶିଖର ଧାଓ୍ଵନ ଟ୍ଵିଟ୍‌ରରେ ନୂତନ ଜର୍ସି ସହ ଫଟୋ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ନୂତନ ଜର୍ସି, ନୂତନ ଉତ୍ସାହ, ଆମେ ପ୍ରସ୍ତୁତ…। ଏହି ଜର୍ସି ଠିକ୍ ସେହି ପରି ରହିଛି ଯାହା ୮୦ ଦଶନ୍ଧିରେ ଭାରତୀୟ ଦଳ ପିନ୍ଧୁଥିଲେ । ଭାରତୀୟ ଦଳ ଏହି ନୂତନ ଜର୍ସି ପିନ୍ଧି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ପଡିଆକୁ ଓହ୍ଲାଇବ । ଭାରତୀୟ ଦଳର ଜର୍ସିର ରଙ୍ଗ ନେଭି ବ୍ଲୁ ଏବଂ ଏହାର ଟ୍ରାଉଜର ବି ସମାନ ରଙ୍ଗର ରହିଛି । ଭାରତୀୟ ଦଳ ଏହି ଜର୍ସିକୁ ୮୦ ଦଶକରେ ପିନ୍ଧୁଥିଲା । ୧୯୯୨ ବିଶ୍ଵକପ୍‌ରେ ମଧ୍ୟ  ଭାରତୀୟ ଦଳ ଏହି ଧରଣର ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଥିଲା ।

ଉଲ୍ଲେଖଯୋଗ୍ୟ, ଭାରତୀୟ ଦଳକୁ ନୂତନ କିଟ୍ ପ୍ରାୟୋଜକ ନିକଟରେ ମିଳିଛି । ଟିମ୍ ଇଣ୍ଡିଆର କିଟ୍‌ ପ୍ରାୟୋଜକ ଏବେ ଅନଲାଇନ୍ ଗେମ୍‌ କମ୍ପାନୀ ଏମପିଏଲ ରହିଛି । କମ୍ପାନୀର ଲୋଗୋ ଖେଳାଳିଙ୍କ ଜର୍ସିରେ ମଧ୍ୟ ରହିଛି । ଏହା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର କିଟ୍‌ ପ୍ରାୟୋଜକ ନାଇକି ଥିଲା । ଏମପିଏଲ ପ୍ରତି ମ୍ୟାଚ୍‌ରେ ବିସିସିଆଇକୁ ୬୫ ଲକ୍ଷ ଟଙ୍କା ପ୍ରଦାନ କରିବ । ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ନଭେମ୍ଵର ୨୭ରେ ଖେଳାଯିବ । ଦ୍ଵିତୀୟ ଦିନିକିଆ ନଭେମ୍ଵର ୨୯ ଓ ତୃତୀୟ ଦିନିକିଆ ଡିସେମ୍ବର ୨ରେ ଖେଳାଯିବ । ଏହା ପରେ ଡିସେମ୍ବର ୪ରୁ ପ୍ରଥମ ଟି-୨୦, ଡିସେମ୍ବର ୬ରେ ଦ୍ଵିତୀୟ ଓ ଡିସେମ୍ବର ୮ରେ ତୃତୀୟ ଟି-୨୦ ଖେଳାଯିବ । ଡିସେମ୍ଵର ୧୭ରୁ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ ।

Show More
Back to top button