ରାଜ୍ୟରେ ଆଉ ୨୦ ସଂକ୍ରମିତ ମୃତ

ସତ୍ୟଶିଖା( ଭୁବନେଶ୍ୱର)୧୪.୦୨.୨୦୨୨ : ରାଜ୍ୟରେ କରୋନା ସଂକ୍ରମଣ ସହ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବା ଦେଖାଯାଉଛି। ଗତ କିଛି ଦିନ ତଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦ ଅତିକ୍ରମ କରୁଥିବା ବେଳେ ଏବେ ୨୦ରେ ସୀମିତ ରହିଥିବା ଦେଖାଯାଉଛି। ଦିନକରେ ଚିିକିତ୍ସାଧୀନ ଅବସ୍ଥାରେ ଆଉ ୨୦ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ବାଲେଶ୍ୱରରୁ ସର୍ବାଧିକ ୬, ଯାଜପୁରରୁ ୪,କଟକ ଓ ପୁରୀରୁ ୨ ଲେଖାଏଁ, ଭଦ୍ରକ,ଢେଙ୍କାନାଳ ଓ ଜଗତସିଂହପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା, କେନ୍ଦ୍ରାପଡା ଓ କେନ୍ଦୁଝରରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୯୦୪ରେ ପହଞ୍ଚିଛି।

Exit mobile version