

ସତ୍ୟଶିଖା(ଭୁବନେଶ୍ୱର) ୨୫.୧୧.୨୦୨୧: ସମ୍ବଲପୁର: ବୁର୍ଲା ଭୀମସାରରେ କାୟା ମେଲାଇବାରେ ଲାଗିଛି କରୋନା । ପୁଣି ୧୭ ଡାକ୍ତରୀ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏମାନଙ୍କୁ ମିଶାଇ ବୁର୍ଲାରେ ମୋଟ ସଂକ୍ରମଣ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି । ସଂଖ୍ୟା ବୃଦ୍ଧି ହେଉଥିବାରୁ କଣ୍ଟାକୁ ଟ୍ରେସିଂ ଜାରି ରହିଛି । ଗତକାଲି ବୁର୍ଲାରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା ।
ସେହିପରି ଛାତ୍ରାବାସ ଓ ଛାତ୍ରୀ ନିବାସରେ ତାଲା ପଡିଥିବା ବେଳେ ଯାତାୟତ ବନ୍ଦ ରହିଛି । ସହରବାସୀଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ କୋଭିଡ ଗାଇଡଲାଇନ ମାନିବାକୁ ଜିଲ୍ଲା ପ୍ରଶାସନ ସଚେତନ କରୁଛି । ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସେହିପରି ଏଣିଥି ଶିକ୍ଷାନୁଷ୍ଠାନରେ କୋଭିଡ କଟକଣା କଡାକଡି ହେବ । ମାସ୍କ, ସାମାଜିକ ଦୂରତା ଓ ସଚେତନ ଉପରେ ଗୁରୁତ୍ୱ ଦିଆଯିବ ।
ସଂକ୍ରମଣରେ ବ୍ରେକ ଦେବାକୁ ଟେଷ୍ଟି ଜାରି ରହିବା ସର୍ଭେଲାନ୍ସକୁ ଗୁରୁତ୍ୱ ଦିଆଯାଇଛି । ଯେଉଁ ପିଲାମାନଙ୍କ ଲକ୍ଷଣ ରହିଛି ସେମାନେ ସ୍କୁଲ ନଆସିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ତେବେ କଟକଣା ଭିତରେ ଶିକ୍ଷାନୁଷ୍ଠାନ ଖୋଲିବାର ଆବଶ୍ୟକତା ରହିଛି ବୋଲି କହିଛି ଜନସ୍ୱାସ୍ଥ୍ୟ ବିଭାଗ ।