ଅପରାଧନ୍ୟୁଜ୍ରାଜ୍ୟ

ତିନିଜଣ ନାବାଳକଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହେ‌ଲେ ନାବାଳିକା

ସତ୍ୟଶିଖା ୧୦/୦୨/୨୦୨୧ : ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଏକ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ସୂଚନାଯୋଗ୍ୟ, ବ୍ରହ୍ମପୁର ସହର ଉପକଣ୍ଠ ଉକ୍ତ ଗ୍ରାମର ଜଣେ ନାବାଳିକା ଘରେ ଏକା ଥିଲେ । ନାବାଳିକା ଘରେ ଏକା ଥିବା କଥା ସେହି ଗ୍ରାମର ୩ଜଣ ନାବାଳକ କୌଣସି ସୂତ୍ରରୁ ଖବର ପାଇ ଆସି ଘରେ ପହଞ୍ଚିଯାଇଥିଲେ । ନାବାଳିକା ସହିତ ମିଠାମିଠା କଥା କହି ସେମାନେ ଘର ଭିତରକୁ ପ୍ରବେଶ କରିଥି‌ଲେ । ଏହାପରେ ନାବାଳିକା ସହିତ ତିନିଜଣ ନାବାଳକ ଦୁଷ୍କର୍ମ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ନାବାଳିକାଙ୍କ ପରିବାରଲୋକ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ପୁଲିସରେ ଖବର ଦେଇଥିଲେ । ଖବର ପାଇ ବ୍ରହ୍ମପୁର ସଦର ପୁଲିସ ତିନିଜଣ ନାବାଳକଙ୍କୁ ଧରି ନେଇ ଅଟକ ରଖି ପଚରାଉଚରା ଜାରି ରଖିଛି ।

Show More
Back to top button