ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ପୁଣି ୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ସତ୍ୟଶିଖା(ଭୁବନେଶ୍ୱର) ୨୯ .୦୬.୨୦୨୧:  ତିନି ଦିନ ପରେ ରାଜ୍ୟରେ ପୁଣି ୩ ହଜାର ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୬୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫୧୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୧୨୩ଟି ହେଉଛି ଲୋକାଲ୍ କେସ୍‌। ସେହିପରି ରାଜ୍ୟରେ କରୋନାରେ ଆଉ ୪୦ ଜଣଙ୍କ ମୃତ୍ୟୁ ଘଟିଛି।

୨୬୪୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୩୯୭ ଜଣ ଥିବା ବେଳେ ଖୋର୍ଦ୍ଧାରୁ ୩୬୫, କଟକରୁ ୨୬୬, ପୁରୀରୁ ୧୭୮, ଯାଜପୁରରୁ ୧୬୨, ମୟୂରଭଞ୍ଜରୁ ୧୫୫, ଜଗତସିଂହପୁରରୁ ୧୩୨ ଓ ଭଦ୍ରକ ଜିଲ୍ଲାରୁ ୧୨୮ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ୮୯ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୨୧, ବଲାଙ୍ଗିରରୁ ୧୧, ବୌଦ୍ଧରୁ ୧୯, ଦେବଗଡ଼ରୁ ୪, ଢେଙ୍କାନାଳରୁ ୬୭, ଗଜପତିରୁ ୧୮, ଗଞ୍ଜାମରୁ ୧୭, ଝାରସୁଗୁଡ଼ା ୮, କଳାହାଣ୍ଡିରୁ ୨୦, କନ୍ଧମାଳରୁ ୧୫, କେନ୍ଦ୍ରାପଡ଼ାରୁ ୫୫, କେନ୍ଦୁଝରରୁ ୭୦, କୋରାପୁଟରୁ ୬୧, ମାଲକାନଗିରିରୁ ୬୪, ନବରଙ୍ଗପୁରରୁ ୨୦, ନୟାଗଡ଼ରୁ ୯୨, ନୂଆପଡ଼ାରୁ ୮, ରାୟଗଡ଼ାରୁ ୪୯, ସମ୍ବଲପୁରରୁ ୨୩, ସୋନପୁରରୁ ୨୫ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୮ ଜଣ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ରୁ ୭୩ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ୪୦ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ଥିବା ବେଳେ ବରଗଡ଼, କଟକ ଓ ନୟାଗଡ଼ରୁ ୫ ଜଣ ଲେଖାଏଁ, ପୁରୀରୁ ୪, ଅନୁଗୋଳ ଓ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଲେଖାଏଁ, କଳାହାଣ୍ଡି ଜିଲ୍ଲାରୁ ୨, ଭଦ୍ରକ, ଢେଙ୍କାନାଳ, ଯାଜପୁର, କୋରାପୁଟ, ନବରଙ୍ଗପୁର ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪୦କୁ ବୃଦ୍ଧି ପାଇଥିବା ବେଳେ ବରଗଡ଼ରେ ୧୩୫, କଟକରେ ୨୮୦, ନୟାଗଡ଼ରେ ୮୯, ପୁରୀରେ ୨୨୮, ଅନୁଗୋଳରେ ୧୭୩, ଗଞ୍ଜାମରେ ୩୩୩, କଳାହାଣ୍ଡିରେ ୧୭୦, ଭଦ୍ରକରେ ୪୮, ଢେଙ୍କାନାଳରେ ୬୧, ଯାଜପୁରରେ ୪୧, କୋରାପୁଟରେ ୫୭, ନବରଙ୍ଗପୁରରେ ୪୪ ଓ ସମ୍ବଲପୁର ଜିଲ୍ଲାରେ ୧୧୮କୁ ବୃଦ୍ଧି ପାଇଛି।

Show More
Back to top button