ସତ୍ୟଶିଖା( ନୂଆଦିଲ୍ଲୀ )୨୩.୦୨.୨୦୨୨ : ଦେଶରେ ଦିନକରେ ଆଉ ୧୫,୧୦୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୮,୬୭,୦୩୧କୁ ବୃଦ୍ଧି ପାଇଛି। ସେହିପରି ୩୧,୩୭୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪,୨୧,୮୯,୮୮୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୪୨%। ୨୪ ଘଣ୍ଟାରେ ୨୭୮ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୫,୧୨,୬୨୨ରେ ପହଞ୍ଚିଛି। ମୃତ୍ୟୁ ହାର ୧.୨୦%। ୧,୬୪,୫୨୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୩୮%। ଦିନକ ପୂର୍ବରୁ ୧୧,୮୩,୪୩୮ ନମୁନା ପରୀକ୍ଷା କରାଯାଇଥିବା ବେଳେ ୭୬,୨୪,୧୪,୦୧୮ ମୋଟ ନମୁନା ପରୀକ୍ଷା କରାଯାଇଛି। ଏଯାଏଁ ମୋଟ ୧,୭୬,୧୯,୩୯,୦୨୦ ଟିକାକରଣ କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟୁଇଟ ଯୋଗେ ସୂଚନା ମିଳିଛି।
ଦେଶରେ ଆଉ ୧୫,୧୦୨ ନୂଆ ସଂକ୍ରମିତ ଚିହ୍ନଟ
