ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୪ ଆକ୍ରାନ୍ତ

ସତ୍ୟଶିଖା( ଭୁବନେଶ୍ୱର)୧୩.୦୪.୨୦୨୨ ରାଜ୍ୟରେ ଗତକାଲି ତୁଳନାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଦେଖାଯାଇଛି। ୨୪ ଘଣ୍ଟାରେ ଆଉ ୧୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୩,ସଙ୍ଗରୋଧରୁ ୮ ଓ ସ୍ଥାନୀୟ ୬। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୮୭୪କୁ ବୃଦ୍ଧି ପାଇଛି। ୧୨,୭୮,୫୬୯ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୩୦ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୭ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୨, ବଲାଙ୍ଗୀର ୩, ଦେଓଗଡ ୧, ଗଜପତି ୧, କେନ୍ଦ୍ରାପଡା ୨, ସୋନପୁର ୧, ସୁନ୍ଦରଗଡ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Exit mobile version