ଦେଶରେ ଆଉ ୧୩,୪୦୫ ନୂଆ ଆକ୍ରାନ୍ତ ଚିହ୍ନଟ

ସତ୍ୟଶିଖା( ନୂଆଦିଲ୍ଲୀ )୨୨.୦୨.୨୦୨୨ : ଦେଶରେ କମୁଛି କରୋନା ସଂକ୍ରମଣ । ଆଜି ଦେଶରେ ୧୫ ହଜାର ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ । ଗୋଟିଏ ଦିନରେ ଆଉ ୧୩,୪୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ଆଉ ୩୪,୨୨୬ କରୋନା ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ଦେଶରେ ଏଯାଏ କରୋନାରୁ ମୋଟ୍ ସୁସ୍ଥ ହେଲେଣି ୪,୨୧,୫୮,୫୧୦ ଆକ୍ରାନ୍ତ । ସେହିପରି ଗତ ୨୪ ଘଣ୍ଟାରେ ଆଉ ୨୩୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୫,୧୨,୩୪୪ ରେ ପହଞ୍ଚିଛି । ଦେଶରେ ମୋଟ୍ ସକ୍ରିୟ ଆକ୍ରାନ୍ତ ୧,୮୧,୦୭୫ ରହିଛି । ଦୈନିକ ପଜିଟିଭିଟି ହାର ୧.୨୪%କୁ ଖସିଛି । ସଂକ୍ରମଣକୁ ମାତ୍ ଦେବାକୁ ଦେଶରେ ଟିକାକରଣ କରାଯାଉଛି ।

Exit mobile version