ରାଜ୍ୟ

ଘରେ ବସି ମଦ୍ୟପମାନେ ଅନୁମତିପ୍ରାପ୍ତ ଦୋକାନରୁ ପାଇପାରିବେ ମଦ

ସତ୍ୟଶିଖା(ଭୁବନେଶ୍ୱର) ୧୪ .୦୫.୨୦୨୧: କରୋନା ମହାମାରୀ କାଳରେ ମଦ୍ୟପମାନେ ଘରେ ବସି ଯେଉଁ ‘କମ୍ପାନୀର ମଦ ଚାହିଁବେ ତାହା ନିକଟସ୍ଥ ସରକାରୀ ଅନୁମତିପ୍ରାପ୍ତ ମଦ ଦୋକାନରୁ ପାଇପାରିବେ। ଦେକାନରେ କାମ କରୁଥିବା କର୍ମଚାରୀ (ଡେଲିଭରି ବୟ) ଘରେ ନେଇ ମଦ ପହଞ୍ଚାଇବେ। ବୁଧବାର ଏଭଳି ନିର୍ଦେଶନାମା ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଛି। ଏନେଇ ବିଭାଗୀୟ ପ୍ରମୁଖ ସଚିବ ଏସ୍‍. କେ. ଲୋହାନୀ ରାଜ୍ୟ ଅବକାରୀ ଆଯୁକ୍ତଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଅବକାରୀ ଆଇନ-୨୦୦୮ର ଅନୁଶୀଳନ ପରେ ରାଜ୍ୟ ସରକାର ଘରେ ମଦ ପହଞ୍ଚାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ ଏଥିପାଇଁ ସମ୍ପୃକ୍ତ ଜିଲାପାଳଙ୍କୁ ଉପଯୁକ୍ତ ନିଷ୍ପତ୍ତି ଓ କ୍ଷମତା ବ୍ୟବହାର କରିବାକୁ କୁହାଯାଇଛି। ଏହି ନିର୍ଦେଶନାମା କାର୍ଯ୍ୟକାରୀ ସମୟରେ ଗତବର୍ଷ ମେ’ ୨୩ ଓ ଜୁନ୍‍ ୨୯ରେ ଯେଉଁ ମାର୍ଗଦର୍ଶିକା ଜାରି କରାଯାଇଥିଲା ତାହା ଅନୁସରଣ କରିବାକୁ ଶ୍ରୀ ଲୋହାନୀ ପତ୍ରରେ ଦର୍ଶାଇଛନ୍ତି।

Show More
Back to top button