ସତ୍ୟଶିଖା (ମୁମ୍ବାଇ) ୨୨/୧୦/୨୦୨୦ : ବଲିଉଡ ଅଭିନେତା ଅନିଲ କପୁର ଲକଡାଉନରେ ଯେଉଁ ଶପଥ ନେଇଥିଲେ ତାହାକୁ ପୂରା କରିଛନ୍ତି । ସେ ନିଜ ଲୁକ୍କୁ ପୂରାପୂରି ଟ୍ରାନ୍ସଫର୍ମ କରି ନେଇଛନ୍ତି । ଏପରି ମଧ୍ୟ ଅନିଲ ନିଜ ଫିଟନେସକୁ ନେଇ ଯଥେଷ୍ଟ ସଚେତନ ରହିଥାନ୍ତି କିନ୍ତୁ ତାଙ୍କର ଏହି ନୂଆ ଲୁକ୍ ପୂର୍ବରୁ ଅଧିକ ମସ୍କୁଲାର । ସେ ନିଜର ଏହି ନୂଆ ଲୁକ୍ର ଫଟୋ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି ଏବଂ ଏହା ସହିତ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି । ଅନିଲ୍ କପୁର ଲେଖିଛନ୍ତି ଯେ ‘ଏହି ବାପା ଜ୍ଞାନ ଦେଇନଥାନ୍ତି ,ବାସ୍ ପୋଷାକ ଖୋଲି ସମୁଦ୍ର କୂଳରେ ଓ୍ବାକ୍ କରିଥାନ୍ତି । ସମସ୍ତଙ୍କର କିଛି ନା କିଛି ଓ୍ବିକ୍ ପଏଣ୍ଟ ରହିଥାଏ ଏବଂ ମୋର ଓ୍ବିକ୍ ପଏଣ୍ଟ ହେଉଛି ଖାଇବା ।’
ଅନିଲ କପୁରଙ୍କ ଶର୍ଟଲେସ୍ ଅନ୍ଦାଜ ୬୩ବର୍ଷ ବୟସରେ
