

ସତ୍ୟଶିଖା (ମୁମ୍ବାଇ) ୩୧/୧୨/୨୦୨୦ : ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ସାନ ଭାଇ ଅନିଲଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ତାଙ୍କର ତିନିଟି କଂପାନି ଉପରେ ବ୍ୟାଙ୍କ, ଭେଣ୍ଡର ଏବଂ ଅନ୍ୟମାନଙ୍କର ପ୍ରାୟ ୮୬ ହଜାର କୋଟି ଟଙ୍କା ବାକି ଅଛି । ତାଙ୍କ ପ୍ରମୁଖ କଂପାନି ରିଲାଏନ୍ସ କମ୍ୟୁନିକେସନ୍ସ ଦେବାଳିଆ ହୋଇପଡ଼ିଥିବା ବେଳେ ନ୍ୟାସନାଲ୍ କଂପାନି ଲ’ ଟ୍ରିବ୍ୟୁନାଲ୍ (ଏନ୍ସିଏଲ୍ଟି)ରେ ତାହାର ବିଚାର ଚାଲିଛି । ଅନିଲଙ୍କ କଂପାନି ନେଇଥିବା ଋଣକୁ ‘ଠକେଇ’ ବର୍ଗର କିଛି ବ୍ୟାଙ୍କ ସାମିଲ କରିଥିବା ଚର୍ଚ୍ଚା ହେଉଛି । ସେହି ଖବରକୁ ରିଲାଏନ୍ସ କମ୍ୟୁନିକେସନ୍ସ ପକ୍ଷରୁ ଦୃଢ଼ ଭାବେ ଖଣ୍ଡନ କରାଯାଇଛି । କଂପାନି କୁହାଯାଇଛି ଯେ ଭାରତୀୟ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ଦେଇଥିବା ୨୬ ହଜାର କୋଟି ଟଙ୍କାର ଋଣ ପରିଶୋଧ ହୋଇନାହିଁ ।