ସତ୍ୟଶିକ୍ଷା ୨୬.୦୯.୨୦୨୦ : ଋଣ ସୁଝିବାକୁ ଓକିଲ ଫିସ୍ ଦେବାକୁ ସୁନା ବିକିଲେ ବିଶିଷ୍ଟ ଶିଳ୍ପପତି ଅନୀଲ ଅଂବାନୀ । ଲଣ୍ଡନ କୋର୍ଟଂକୁ ଏପରି ଚକିତ କରିଦେଲା ପରି ବୟାନ୍ ଦେଇଛନ୍ତି ଭାରତର ବିଶିଷ୍ଟ ଶିଳ୍ପପତି ଅନୀଲ ଅଂବାନୀ । ଲଣ୍ଡନ କୋର୍ଟରେ ସେ କହିଛନ୍ତି ତାଙ୍କ ନିକଟରେ ଥିବା ସମସ୍ତ ସୁନା ଗହଣା ସେ ବିକ୍ରି କରିଦେଇଛନ୍ତି । କେବଳ ଋଣ ସୁଝିବାକୁ ଓ ଆଇନଗତ ଲଢେଇରେ ଓକିଲଙ୍କ ଟଙ୍କା ଦେବାକୁ ସେ ଏପରି ପଦକ୍ଷେପ ନେଇଛନ୍ତି ।
“ଲଣ୍ଡନ କୋର୍ଟକୁ ଦେଲେ ବୟାନ୍ । କହିଲେ ସବୁସୁନା ବିକି ମିଳିଥିଲା ୧୦ କୋଟି, ଏବେ ହାତ ଖାଲିି”
ଗଣମାଧ୍ୟମ ତାଙ୍କ ନାଁରେ ଅନେକ ମନଗଢା କାହାଣି ପ୍ରଚାର କରୁଛି । ଚୀନ୍ ବ୍ୟାଙ୍କର ଋଣ ଖିଲାପି ମାମଲାରେ ଲଣ୍ଡନ କୋର୍ଟରେ ହାଜର ହୋଇ ଏପରି ବୟାନ୍ ରଖିଛନ୍ତି ଅନୀଲ ଅଂବାନୀ । ଭାରତର ଏହି ବିଜନେସ୍ ଟାଇକୁନ୍ ଏବେ ଦେବାଳିଆ ସ୍ଥିତିରେ ରହିଛନ୍ତି ।