ଆଣ୍ଡ୍ରୋଏଡ୍ ଫୋନ୍ ବ୍ୟବହାରକାରୀ ସାବଧାନ : ଫୋନରେ ଥିବା କ୍ୱାଲକମ୍ ଚିପ୍କୁ ଅକାମୀ କରି ଦେଇପାରନ୍ତି ହ୍ୟାକର l


ସତ୍ୟଶିଖା ( ନୂଆଦିଲ୍ଲୀ ) ୦୯.୦୮.୨୦୨୦ : ଆଣ୍ଡ୍ରୋଏଡ୍ ମୋବାଇଲ ଫୋନରେ ବ୍ୟବହାର କରାଯାଉଥିବା କ୍ୱାଲକମସ୍ର ସ୍ନାପଡ୍ରାଗନ୍ ଚିପକୁ ନେଇ ବିପଦ ଘନେଇଛି । ଏହାକୁ ବ୍ୟବହାର କରି ହ୍ୟାକର୍ ମାନେ ମୋବାଇଲ୍ ହ୍ୟାକ୍ କରିବାର ସମ୍ଭାବନା ରହିଛି । ଫଳରେ ପ୍ରାୟ ୩୦୦ କୋଟି ମେବାଇଲ ୟୁଜରଙ୍କୁ ଡାଟା ଚୋରି ଭୟ ଘାରିଛି । ଚେକ୍ ପଏଣ୍ଟର କିଛି ଗବେଷକ ଏନେଇ ସୂଚନା ଦେଇଛନ୍ତି । କ୍ୱାଲକମ୍ ଚିପସ ପ୍ରାୟ ୪୦ ପ୍ରତିଶତ ସ୍ମାର୍ଟଫୋନରେ ବ୍ୟବହାର କରାଯାଉଛି । ଗୁଗୁଲ, ସାମସଙ୍ଗ,ଏଲଜି, ସାଓମୀ ଆଦି ଫୋନରେ ମଧ୍ୟ ଏହାକୁ ବ୍ୟବହାର କରାଯାଉଛି । ଏହାକୁ ନେଇ ଚେକପଏଁଣ୍ଟର ଗବେଷକ ଗବେଷଣା କରିଥିଲେ । ଯେଉଁଥିର ଜଣାପଡିଛି ଯେ, ହ୍ୟାକରମାନେ ୟୁଜରଙ୍କ ଅଜାଣତରେ ସ୍ମାର୍ଟଫୋନର ଡାଟା ଚୋରି କରିପାରିବେ । କାରଣ ଏହି ଚିପରେ ଏକ ନିର୍ଦ୍ଦିଷ୍ଟ କୋଡ୍ ରହିଛି । ଯାହାକୁ ବ୍ୟବହାର କରି ଫୋନରେ ଥିବା ଫଟୋ, ଭିଡିଓ, କଲ ରେକର୍ଡିଂ, ଜିପିଏସ ଲୋକେସନ ମଧ୍ୟ ହ୍ୟାକ୍ କରାଯାଇପାରିବ । ଏପରିକି ହ୍ୟାକରମାନେ ସହଜରେ ମାଲଓୟାର ଓ ମାଲିସିୟସ କୋଡ୍ ମଧ୍ୟ ଫାନରେ ଇନଷ୍ଟଲ କରିପାରିବେ ।
କିପରି ଫୋନ୍ ହ୍ୟାକ୍ କରାଯାଇପାରିବ ଏନେଇ ଚେକପଏଣ୍ଚ ସମସ୍ତ ତଥ୍ୟ ପ୍ରଦାନ କରିଛି । ଏପରିକି ସରକାରୀ ଅଧିକାରଙ୍କୁ ମଧ୍ୟ ସୂଚୀତ କରାଯାଇଛି । ଏହାସହ ମୋବାଇଲ କମ୍ପାନୀଙ୍କ ସହ ତଥ୍ୟ ସେୟାର କରାଯାଇଛି । କ୍ୱାଲକମ୍ କହିଛି ଯେ, ଆଣ୍ଡ୍ରୋଏଡ ଫୋନ୍ ୟୁଜରଙ୍କ ଡାଟା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି । ଚେକ୍ ପଏଣ୍ଟ ତରଫରୁ ଯେଉଁ ପରାମର୍ଶ ଦିଆଯାଉଚି ତାକୁ ଗ୍ରହଣ କରାଯିବ । ତେବେ ୟୁଜରମାନେ ଫୋନକୁ ନିୟମିତ ଭାବେ ଅପଡେଟ୍ କରନ୍ତୁ । ତେବେ ଆଣ୍ଡ୍ରୋଏୟ ୟୁଜରଙ୍କ ପ୍ରତି ବିପଦ ରହିଛି । କାରଣ ଆପଲ ନିଜସ୍ୱ ଚିପ୍ ପ୍ରଦାନ କରିଥାଏ । ସେହିପରି ସାମସଙ୍ଗ ମଧ୍ୟ ଏକ୍ସିନୋସ୍ ଚିପ୍ ବ୍ୟବହାର କରୁଛି ।