ନ୍ୟୁଜ୍ରାଜ୍ୟ

ଓଡିଶା-ଆନ୍ଧ୍ର ବିବାଦର ସମାଧାନ ପାଇଁ ଓଡ଼ିଶା ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ

ସତ୍ୟଶିଖା(ଭୁବନେଶ୍ୱର )୦୬.୧୧ .୨୦୨୧:   ଓଡିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ଚାଲିଥିବା ବିବାଦର ହେବ ସମାଧାନ । ଏଥର ଅଧିକାରୀ, ମନ୍ତ୍ରୀ ନୁହେଁ, ସିଧାସଳଖ ଆଲୋଚନା ଟେବୁଲକୁ ଆସିବେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ । ବିବାଦର ସମାଧାନ ପାଇଁ ଓଡ଼ିଶା ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବେ ଜଗନ ।

ତେବେ ଏହି ଆଲୋଚନା ନବୀନ ନିବାସ କିମ୍ବା ଲୋକସେବା ଭବନରେ ହେବ ତାହା ସ୍ପଷ୍ଟ ହୋଇନାହିଁ । ଓଡ଼ିଶା-ଆନ୍ଧ୍ର ସୀମା ବିବାଦ, ପୋଲାଭରମ ଏବଂ ବଂଶଧାରା ପ୍ରକଳ୍ପ ପ୍ରସଙ୍ଗରେ ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବ ।

ଦୀର୍ଘଦିନ ହେଲା ସୀମା ବିବାଦ ନେଇ ଉଭୟ ରାଜ୍ୟର ଲୋକ ଓ ପ୍ରଶାସନିକ ଅଧିକାରୀ ମୁହାଁମୁହିଁ ହେଉଛନ୍ତି । କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ନେଇ ଉଭୟ ରାଜ୍ୟ ମଧ୍ୟରେ ଟଣାଓଟରା ଲାଗି ରହିଛି । ଏମିତିକି ଓଡ଼ିଶା ସୀମାରେ ଆନ୍ଧ୍ର ଅଧିକାରୀ ପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି କରୁଥିବା ରାଜ୍ୟ ସରକାର ଅଭିଯୋଗ କରୁଛନ୍ତି ।ସେହିଭଳି ବଂଶଧାରା ଓ ପୋଲାଭରମ ପ୍ରକଳ୍ପ ନେଇ ଉଭୟ ରାଜ୍ୟ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ପରେ ସମସ୍ୟା ସମାଧାନ ହେବ ବୋଲି ଆଶା କରାଯାଉଛି ।

Show More
Back to top button