ନ୍ୟୁଜ୍ରାଜ୍ୟ

ପୁଣି ଅକ୍ଟୋବରରେ ଘନେଇଲାଣି ବାତ୍ୟା ଆଶଙ୍କା

ସତ୍ୟଶିଖା( ଭୁବନେଶ୍ୱର )୦୮.୧୦.୨୦୨୨: ପୁଣି ଅକ୍ଟୋବରରେ ବାତ୍ୟା ଛନକା । ଓଡ଼ିଶା ପାଇଁ ଅକ୍ଟୋବର ମାସ ସବୁବେଳେ ଅଶୁଭ ସାଜି ଆସିଥିବାବେଳେ ପୁଣି ଚଳିତ ବର୍ଷ ମଧ୍ୟ ସେହି ଡର ଘନେଇଲାଣି ।  ଅଶାନ୍ତ ହେଉଛି ଆଣ୍ଡାମାନ ସାଗର । ୟୁରୋପିଆନ୍ ମଡେଲ୍ ର ଆକଳନ ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ତୃତୀୟ ସପ୍ତାହ ଶେଷ ଆଡକୁ ଶକ୍ତିଶାଳୀ ହେବାର ସମ୍ଭାବା ରହିଛି । ଆଇଏମଡି ମଡେଲ ମଧ୍ୟ ସମାନ ଆକଳନ କରିଛି ।

ପର୍ଯ୍ୟାୟକ୍ରମେ ଦେଖିବାକୁ ଗଲେ, 12 ଅକ୍ଟୋବର ୨୦୧୩ ଅକ୍ଟୋବରରେ ଫାଇଲିନ୍‌, ୨୦୧୪ ଅକ୍ଟୋବର 12ରେ ହୁଡହୁଡ, ୨୦୧8ରେ ତିତଲିକୁ ସାମନା କରିଛି ଓଡିଶା । ଏହି ଅକ୍ଟୋବର ମାସ ବାତ୍ୟା ଓଡିଶାକୁ ଛାରଖାର କରିବାର ନଜିର ରହିଛି । ଏହା ଛଡା 1999 ମସିହା ମହାବାତ୍ୟାକୁ ଏବେ ବି ଲୋକ ଭୁଲି ନାହାନ୍ତି ।

୨୦୧୩ ଅକ୍ଟୋବରରେ ସଙ୍ଗଠିତ ଫାଇଲିନ ବାତ୍ୟାରେ  ପବନର ବେଗ ଥିଲା ଘଣ୍ଟା ପ୍ରତି୨୨୦ କିମି। ରାଜ୍ୟର ୧୮,୩୭୪ ଗ୍ରାମ ଏହି ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିଲା।  ୧୩.୨୪ ନିୟୁତ ଲୋକ ଏହି ବାତ୍ୟାରେ ପ୍ରଭାବିତ ହୋଇଥିଲେ ।

ସେହିପରି ୨୦୧୪ଅକ୍ଟୋବରରେ ସଙ୍ଗଠିତ ହୁଡହୁଡ ବାତ୍ୟାରେ ପବନର ବେଗ ଥିଲା ୧୦୦ କିମି ପ୍ରତି ଘଣ୍ଟା। ଏହି ବାତ୍ୟାରେ ୯,୬୫୭ ଗ୍ରାମର ୩.୩୪ ନିୟୁତ ଗ୍ରାମବାସୀ ପ୍ରଭାବିତ ହୋଇଥିଲେ।

2018ରେ ଅକ୍ଟୋବରରେ ଆସିଲା ବାତ୍ୟା ତିତଲି। ଘଣ୍ଟାପ୍ରତି ୧୩୦ କିମି ବେଗରେ ପବନ ବହିବାରୁ ଏହି ବାତ୍ୟାରେ ୮ହଜାର ୬୯୧ ଗ୍ରାମ ପ୍ରଭାବିତ ହୋଇଥିଲା। ୬.୦୩ ନିୟୁତ ବ୍ୟକ୍ତି ଏହି ବାତ୍ୟାରେ ପ୍ରଭାବିତ ହୋଇଥିଲେ।

ସେପଟେ ଗତ 3 ବର୍ଷ ହେବ ଅକ୍ଟୋବର ମାସରେ କୌଣସି ବଡ ପାଣିପାଗ ଜନିତ ସ୍ଥିତି ସୃଷ୍ଟି ହୋଇ ନାହିଁ । ହେଲେ ଚଳିତବର୍ଷ ଏହି ଧାରା ଭାଙ୍ଗିବା ସହ ଏକ ବଡ ପାଣିପାଗ ଜନିତ ସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ଦେଖାଦେଇଛି ।

ସାଧାରଣତଃ ଦେଖିବାକୁ ଗଲେ ଅକ୍ଟୋବର ମାସରେ ଅସୁଥିବା ବାତ୍ୟା ଗୁଡିକ ଅଧିକ ଶକ୍ତିଶାଳୀ ହୋଇଥାଏ । ବାତ୍ୟାର ସଠିକ ଚିତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ ।  କିନ୍ତୁ ଆଣ୍ଡାମାନ ସାଗରର ଅଶାନ୍ତ ହେବା ପାଇଁ ଏବେ ଠାରୁ ପରିବେଶ ଅନୁକୂଳ ଆଡକୁ ଗତି କରୁଛି । ସାମୁଦ୍ରିକ ସ୍ଥିତି ଓ ପାଣିପାଗ ଜନିତ କାରକ ଗୁଡିକ ସମୁଦ୍ରକୁ ଅଶାନ୍ତ କରିବାରେ ଲାଗିଛି ।

Show More
Back to top button