ସତ୍ୟଶିଖା( କଟକ )୨୩.୦୯ . ୨୦୨୨: କଟକରୁ ପୁଣି ବିପୁଳ ପରିମାଣର ନକଲି ଔଷଧ ଜବତ ହୋଇଛି। ସହରର ୩ଟି ଫାର୍ମରେ ଚଢ଼ାଉ କରି ୨୨ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ଜବତ କରିଛି ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ ।
ସୂଚନାଯୋଗ୍ୟ, କଟକ ଓ ଭୁବନେଶ୍ୱରରେ ଟେଲ୍ମା-୪୦ର ନକଲି ଔଷଧ ବିକ୍ରି ହେଉଥିବା ଅଭିଯୋଗ ହେବା ପରେ ଗତ କିଛି ଦିନ ଧରି ଘନଘନ ଚଢ଼ାଉ କରୁଛି ଡ୍ରଗ୍ କଣ୍ଟ୍ରୋଲର ଟିମ୍ । ଏହା ପରେ ଡ୍ରଗ୍ ଇନ୍ସପେକ୍ଟର ଦୁଇ ସହରରେ ଥିବା ବିଭିନ୍ନ ମେଡିସିନ୍ ଷ୍ଟୋରରେ ଚଢ଼ଉ କରି କଟକ ଯାଉଁଳିଆପଟି ଅଞ୍ଚଳର ଦୁଇଟି ଡିଷ୍ଟ୍ରିବ୍ୟୁଟରଙ୍କ ନାଁରେ ଏତଲା ଦେଇଥିଲେ।
ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏମାନେ ଭିଆର୍ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇଜେସ୍ ନାଁରେ ନକଲି ଔଷଧ କାରବାର କରୁଥିବା ସ୍ପଷ୍ଟ ହୋଇଥିଲା। ବେଙ୍ଗାଲୁରୁ ଓ ଉତ୍ତରପ୍ରଦେଶର ଗୟାରୁ ନକଲି ଔଷଧ ଆଣି ଓଡ଼ିଶାରେ କାରବାର କରୁଥିବା ଜଣାପଡ଼ିଥିଲା। ପୁଲିସ୍ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏଥିସହ ନକଲି ମେଡିସିନ୍ ଜବତ କରିଥିଲା। ଗିରଫ ଅଭିଯୁକ୍ତଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୨ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି।
-
ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । -
ବଜ୍ରପାତରେ ପୋଡ଼ିଗଲା ଲିଙ୍ଗରାଜ ମନ୍ଦିରର ପତାକା । -
ଧନ୍ତେରାସ ପୂର୍ବରୁ ସୁନା ଏବଂ ରୁପା ଦର ଉପରମୁହାଁ l -
କଟକରେ ୩୬ ଘଣ୍ଟା କର୍ଫ୍ୟୁ ବଳବତ୍ତର ରହିଛି । -
ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ମହାକାର୍ତ୍ତିକ ବ୍ରତ। -
କଟକରେ ଭସାଣ ବେଳେ ଗଣ୍ଡଗୋଳ । -
ଆଜି ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା । -
ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । -
ହରିୟାଣାର ସୋନିପତ ଜିଲ୍ଲାରେ ଭୂମିକମ୍ପ ଝଟକା। -
ଧରାପୃଷ୍ଠକୁ ଅବତରଣ କରିବେ ମାଆ ଜଗତଜନନୀ ।
