ସତ୍ୟଶିଖା (ନୂଆଦିଲ୍ଲୀ) ୧୮/୧୨/୨୦୨୦ : ଶୁକ୍ରବାର ନୂଆ ରେକର୍ଡ ଛୁଇଁଛି ସେୟାର ବଜାର । ଇତିହାସରେ ପ୍ରଥମ ଥର ପାଇଁ ସେନସେକ୍ସ୍ ୪୭ ହଜାର ପାର କରିଛି । ଭାରତୀୟ ସେୟାର ବଜାର ଲଗାତାର ଭାବେ ନୂଆ ରେକର୍ଡ ହାସଲ କରୁଛି । କରୋନା ମହାମାରୀରେ ଦୁର୍ବିଶହ ହୋଇଯାଇଥିବା ଦେଶର ଅର୍ଥବ୍ୟବସ୍ଥା ଦୃତ ଗତିରେ ସୁଧୁରିବାରେ ଲାଗିଛି । ବିଦେଶୀ ମୁଦ୍ରା କୋଷ ବଢୁଥିବାରୁ ଅର୍ଥବ୍ୟବସ୍ଥାରେ ବ୍ୟାପକ ସୁଧାର ଆସୁଛି । ତେବେ ବିଭିନ୍ନ କ୍ଷେତ୍ରକୁ ଦେଖିବାକୁ ଗଲେ ଦେଶରେ ଅର୍ଥବ୍ୟବସ୍ଥାରେ ଦୃତ ଗତିରେ ସୁଧାର ଆସୁଛି । ଏହା ଦ୍ବାରା ସେୟାର ବଜାରରେ ମଧ୍ୟ ଉତ୍ସାହ ଦେଖାଦେଇଛି ।
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ଶୁକ୍ରବାର ସେନସେକ୍ସ୍ ୧୩୬ ଅଙ୍କ ବୃଦ୍ଧି ପାଇ ୪୭,୦୨୬ ରେ ଖୋଲିଥିଲା । ସେହିପରି ନେସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୨୪ ଅଙ୍କ ସହିତ ୧୩,୭୬୪.୪୦ରେ ଖୋଲିଥିଲା । କରୋନା ମାହାମାରୀ ଚାଲୁ ରହିଥିବା ବେଳେ ଲାଗାତାର ଭାବେ ଅର୍ଥ ବ୍ୟବସ୍ଥା ପାଇଁ ଭଲ ଖବର ମିଳିବାରେ ଲାଗିଛି । ତେବେ କାରବାର ବେଳେ ସେନେସେକ୍ସ୍ ଖସିଥିବା ଦେଖାଯାଇଛି । କାରବାର ସମୟରେ ସେୟାର ବଜାର ସେନସେକ୍ସ୍ ୪୬,୬୩୦.୩୧ରେ ପହଞ୍ଚିଥିଲା । ଏହା ସହିତ ନିଫ୍ଟିର ସ୍ତର ମଧ୍ୟ ୧୩,୬୫୮.୬୦ ରହିଥିଲା ।
କାରବାର ଆରମ୍ଭରୁ ୯୦୫ଟି ସେୟାରରେ ବୃଦ୍ଧି ଏବଂ ୫୦୪ଟି ସେୟାରରେ ହ୍ରାସ ପାଇଥିବା ଦେଖାଯାଇଥିଲା । ନିଫ୍ଟିରେ କ୍ଷତି ପହଞ୍ଚିଥିବା ସେୟାରମାନଙ୍କ ମଧ୍ୟରେ O.N.G.C, ଟାଟା ମୋଟର୍ସ, J.S.W ଷ୍ଟିଲ୍, ଇଣ୍ଡସଇଣ୍ଡ୍ ବ୍ୟାଙ୍କ୍ଓ ଏଚଡିଏଫସି ବ୍ୟାଙ୍କ ସାମିଲ ଅଛନ୍ତି ।
ଏହା ପୂର୍ବରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ଗୁରୁବାର ସେନସେକ୍ସ୍ ୧୦୮ ଅଙ୍କ ବୃଦ୍ଧି ପାଇ ୪୬,୭୭୪ ରେ ଆରମ୍ଭ ହୋଇଥିଲା । ସେହିପରି ନେସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୩୧ ଅଙ୍କ ସହିତ ୧୩,୭୧୩.୫୫ରେ ଖୋଲିଥିଲା । କାରବାର ସମୟରେ ସେୟାର ବଜାର ସେନସେକ୍ସ୍ ୪୬,୮୯୦ରେ ବନ୍ଦ ହୋଇଥିଲା । ଏହା ସହିତ ନିଫ୍ଟିର ସ୍ତର ମଧ୍ୟ ୧୩,୭୪୦.୭୦ରେ ବନ୍ଦ ହୋଇଥିଲା ।