ପ୍ରାଚୀନ ସଭ୍ୟତାର ସ୍ମାରକୀ: ବିକ୍ରମଖୋଲ

ସତ୍ୟଶିଖା( ଭୁବନେଶ୍ୱର )୦୮.୦୯ . ୨୦୨୨: ରାଜ୍ୟର ପର୍ଯ୍ୟଟନ ଇତିହାସରେ ଏକ ପରିଚିତ ନାମ ‘ବିକ୍ରମଖୋଲ’। ଏଠାରୁ ଆବିଷ୍କୃତ ଶିଳାଲିପି ଐତିହାସିକ, ଗବେଷକଙ୍କୁ ଆକର୍ଷିତ କରୁଥିବା ବେଳେ ବିକ୍ରମ ପାହାଡ଼ ଓ ଗୁମ୍ଫାର ପ୍ରାକୃତିକ ମନୋରମ ଦୃଶ୍ୟ ପର୍ଯ୍ୟଟନ କେନ୍ଦ୍ରର ବିଶେଷତ୍ୱକୁ ବୃଦ୍ଧି କରୁଛି। ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ସହରଠାରୁ ମାତ୍ର ୧୨ କିଲୋମିଟର ଦୂରେ ଅବସ୍ଥିତ ବିକ୍ରମ ପାହାଡ଼। ପାହାଡ଼ର ଏକ ଗୁମ୍ଫାରେ ଖୋଦିତ ପ୍ରାଚୀନ ଶିଳାଲିପି ସର୍ବପ୍ରଥମେ ୧୯୨୪ ମସିହାରେ ଆବିଷ୍କୃତ ହୋଇଥିଲା। ପରେ ୧୯୭୨ମସିହାରେ ପ୍ରଖ୍ୟାତ ଭାରତୀୟ ଲିପିତତ୍ତ୍ୱବିତ୍‌ ଗବେଷକ କେ.ପି ଜୟଶ୍ୱାଲ ଏହାକୁ ଲୋକଲୋଚନକୁ ଆଣିବାରେ ପ୍ରୟାସ କରିଥିଲେ। ପ୍ରସ୍ତର ଦେହରେ ଖୋଦିତ ଏହି ଲିପି କେଉଁ କାଳରୁ, ତାହା ଏଯାଏଁ ସ୍ପଷ୍ଟ ହୋଇନଥିଲେ ହେଁ ଏହା ସିନ୍ଧୁ ସଭ୍ୟତାକାଳୀନ ଲିପି ଏବଂ ପରିବର୍ତ୍ତୀ କାଳରେ ବିକଶିତ ବ୍ରାହ୍ମୀଲିପିର ମଧ୍ୟବର୍ତ୍ତୀ ଯୁଗର ବୋଲି ବିଶ୍ୱାସ କରାଯାଏ।Bikram khol

ବେଲପାହାଡ଼ଠାରୁ ଲଖନପୁର ପର୍ଯ୍ୟନ୍ତ ଲମ୍ବିଥିବା ବିକ୍ରମ ପାହାଡ଼ର ମଧ୍ୟବତ୍ତୀ ସ୍ଥଳରୁ ସୃଷ୍ଟି ହୋଇଥିବା ଶାଖା ପାହାଡ଼ରୁ ବହିଯାଉଛି ଆମ୍ବଝରଣା ନାମକ ଏକ ସୌନ୍ଦର୍ଯ୍ୟଭରା ଝରଣା। ବିକ୍ରମଖୋଲ ଗୁମ୍ଫାର ଦୌର୍ଘ୍ୟ ପ୍ରାୟ ୧୧୫ ମିଟର ଓ ପ୍ରସ୍ଥ ୨୮ ଫୁଟ୍‌। ଗୁମ୍ଫା ଦେହରେ ଖୋଦିତ ଶିଳାଲିପି ବ୍ୟତୀତ ରହିଛି ବନ୍ୟଜନ୍ତୁଙ୍କ ଅସ୍ପଷ୍ଟ ଚିତ୍ର।

Exit mobile version