ସତ୍ୟଶିଖା ୨୨.୦୭.୨୦୨୦: ( ନୂଆଦିଲ୍ଲୀ ) ଡିସେମ୍ବର ୩୧ ପର୍ଯ୍ୟନ୍ତ ଆଇଟି ଓ ବିପିଓ କର୍ମଚାରୀମାନେ ଘରେ ରହି କାର୍ଯ୍ୟ କରିବେ । ଏନେଇ ଟେଲିକମ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଧେଶ ଦିଆଯାଇଛି । ଦେଶରେ କରୋନା ମହାମାରୀ ବ୍ୟାପିବାରେ ଲାଗିଛି । ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଅନେକ ପଦକ୍ଷେପ ନିଆଯାଉଛି l ତଥାପି କମିବାର ନାଁଧରୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୂଚନାନୁସାରେ ପୂର୍ବରୁ ଜୁଲାଇ ୩୧ ପର୍ଯ୍ୟନ୍ତ ୱାର୍କ ଫ୍ରମ ହୋମ କରିବାକୁ ନିର୍ଦ୍ଧେଶ ଦିଆଯାଇଥିଲା ।
କରୋନାକୁ ଦୃଷ୍ଟିରେ ରଖି ଟେଲିକମ ମନ୍ତ୍ରଣାଳୟ ପକ୍ଷରୁ ଏହି ଅବଧିକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏଥିପାଇଁ କମ୍ପାନୀମାନେ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ କୁହାଯାଇଛି । ସମ୍ପ୍ରତି ୮୫% ଆଇଟି କର୍ମଚାରୀ ଘରେ ରହି କାମ କରୁଥିବା ଜଣାପଡ଼ିଛି ।