
ସତ୍ୟଶିଖା ୧୫/୧୨/୨୦୨୦ : କର୍ଣ୍ଣାଟକର କୋଲାରରେ ଥିବା ତାଇଓ୍ୱାନର ମାନୁଫାକ୍ଚରିଂ କମ୍ପାନୀ ଓ୍ୱିଷ୍ଟ୍ରୋନ୍ କର୍ପୋରେସନ ବେତନ ପ୍ରସଙ୍ଗକୁ ନେଇ କର୍ମଚାରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଏଥିପାଇଁ କମ୍ପାନୀର ପ୍ରାୟ ୪୩୭.୪୦ କୋଟି ଟଙ୍କା କ୍ଷତି ହୋଇଛି । ଏହି କମ୍ପାନୀ ଆପଲ୍ ଆଇଫୋନ୍ ସହ ଅନ୍ୟ କମ୍ପାନୀ ପାଇଁ ଆଇଟି ସାମଗ୍ରୀ ତିଆରି କରିଥାଏ ।କୋଲାର ଜିଲ୍ଲାରେ ଥିବା କମ୍ପାନୀର ନରସପୁରା ମାନୁଫାକ୍ଚରିଂ ପ୍ଲାଣ୍ଟରେ ଶନିବାର ଦରମା ପ୍ରସଙ୍ଗକୁ ନେଇ କର୍ମଚାରୀମାନେ ଲଙ୍କାକଣ୍ଡ ଘଟଣାଇଥିଲେ । କମ୍ପାନୀ ପରିସରରେ ବ୍ୟାପକ ହିଂସା ହୋଇଥିଲା । ଉପଦ୍ରବକାରୀମାନେ କମ୍ପାନୀର ଆସବାବପତ୍ରକୁ ଭଙ୍ଗାରୁଜା କରିଥିଲେ । କମ୍ପାନୀର ଏକଜ୍ୟୁକ୍ୟୁଟିଭ୍ ଟିଡି ପ୍ରଶାନ୍ତ କହିଛନ୍ତି ଯେ, କମ୍ପାନୀର ଆସବାବପତ୍ର ଓ ଯନ୍ତ୍ରପାତି ଭାଙ୍ଗିଯାଇଛି । ଏଥିପାଇଁ ପ୍ରାୟ ୪୩୭.୪୦ କୋଟି ଚଙ୍କା କ୍ଷତି ହୋଇଛି ।
ଆସବାବପତ୍ର ବାବଦରେ ୧୦ କୋଟି. କାର୍ ଓ ଗୋଲ୍ପ ପାର୍ଟରେ ପ୍ରାୟ ୬୦ ଲକ୍ଷ ଟଙ୍କା କ୍ଷତି ହୋଇଛି । ସେହିପରି ୧.୫୦ କୋଟିର ସ୍ମାର୍ଟଫୋନ୍ ନଷ୍ଟ ହୋଇଯାଇଛି । ଏହାସହ ୫୦୦୦ ଶ୍ରମିକଙ୍କ ସହ ୨୦୦୦ ଅଜଣା ଲୋକ ପ୍ଲାଣ୍ଟରେ ଉପଦ୍ରବ କରିଥିବା ଅଭିଯୋଗ ହୋଇଛି । ପୋଲିସ ଏହି ମାମଲାରେ ଏବେସୁଦ୍ଧା ୧୪୯ଜଣଙ୍କୁ ଗିରଫ କରିଥିବା ବେଳେ ଅନେକ ଲୋକଙ୍କୁ ଅଟକ ରଖିଛି । ସେହିପରି କର୍ଣ୍ଣାଟକ ସରକାର ମଧ୍ୟ ଉପଦ୍ରୂବକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଶ୍ୱାସନା ଦେଇଛନ୍ତି ।