ସତ୍ୟଶିକ୍ଷା ୨୮.୦୯.୨୦୨୦ : କୁଆଡେ ଗଲା ଆଦିତ୍ୟ ମାମଲା? କେତେ ଆଗେଇଛି କ୍ରାଇମବ୍ରାଞ୍ଚ ତଦନ୍ତ? ମାରାଥନ ଜେରା ପରେ ମିଳିଛି କି ତଥ୍ୟ ? ମାନବପ୍ରେମୀଙ୍କ ମୃତ୍ୟୁକୁ ପ୍ରାୟ ଅଢେଇ ମାସ ବିତିଯାଇଥିବା ବେଳେ ଏବେବି ଅନ୍ଧାରରେ ରହିଛି ମୃତ୍ୟୁ ରହସ୍ୟ । ଆଦିତ୍ୟଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା । ଏଇ କଥାର ଗୁମର ଫିଟାଇବାକୁ ନାକେଦମ ହେଲାଣି ପୋଲିସଠୁ କ୍ରାଇମବ୍ରାଞ୍ଚ । ଘନଘନ ଜେରା, ମରାଥନ ପଚରା ଉଚରାଠୁ ମିଛଧରା ମେସିନରେ ଲାଏ ଡିଟେକ୍ସନ ଟେଷ୍ଟ । ମୃତ୍ୟୁ ସସପେନ୍ସର ସତ ଜାଣିବାକୁ ଅଢେଇ ମାସ ହେବ ତନାଘନା ଚାଲିଥିଲେ ହେଁ ତଥାପି ରହସ୍ୟ ଉପରୁ ପରଦା ହଟାଇ ପାରୁନି କ୍ରାଇମବ୍ରାଞ୍ଚ । ଯଦି ହତ୍ୟା ହୋଇଥିବ ତାହାଲେ କିଏ ସେ ହତ୍ୟାକାରୀ ? ଏଯାଏଁ ଅପରାଧୀ ପାଖରେ ପହଞ୍ଚି ପାରିନି କ୍ରାଇମବ୍ରାଞ୍ଚ ।
ତଦନ୍ତ ଚାଲିଛି ତ ? କେତେ ବାଟ ଆଗେଇଲା ଆଦିତ୍ୟ ଦାସ ମୃତ୍ୟୁ ମାମଲା ?
