

ସତ୍ୟଶିଖା ( ଭୁବନେଶ୍ୱର ) ୧୬ .୦୮.୨୦୨୦ : ରାଜ୍ୟରେ ଆଜି ପୁଣି ମହାମାରୀ କରୋନାରେ 10 ଜଣଙ୍କ ଜୀବନ ଯାଇଛି । ଏହାକୁ ମିସାଇ ରାଜ୍ୟରେ ସମୁଦାୟ କରୋନାରେ ମୃତକଙ୍କ ସଂଖ୍ୟା 143ରେ ପହଞ୍ଚଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ ଭୁବନେଶ୍ୱର ଓ ଗଞ୍ଜାମରୁ ୨ଜଣ ଲେଖାଏ, ଭଦ୍ରକ, ବଲାଙ୍ଗିର, କଟକ, ଯାଜପୁର, କନ୍ଧମାଳ ଓ ସୋନପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।