ଦେଶନ୍ୟୁଜ୍ରାଜନୀତିରାଜ୍ୟ

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବସିଂହ ସୋଲାଙ୍କିଙ୍କ ପରଲୋକ

ସତ୍ୟଶିଖା ୦୯/୦୧/୨୦୨୧ :  ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମାଧବସିଂହ ସୋଲାଙ୍କି ଶନିବାର ପରଲୋକ ହୋଇଯାଇଛି । ପରଲୋକ ସମୟରେ ତାଙ୍କୁ୯୪ ବର୍ଷ ବୟସ ହୋଇଥିଲା । ସେ ବୈଦେଶିକ ମନ୍ତ୍ରୀ ଭାବରେ ମଧ୍ୟ ଦେଶ ପାଇଁ କାମ କରିଛନ୍ତି । ୧୯୮୦ରେ ସୋଲାଙ୍କି ଗୁଜରାଟରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । କ୍ଷେତ୍ରୀୟ, ହରିଜନ, ଆଦିବାସୀ ଏବଂ ମୁସଲିମ (କେଏଚଏଏମ୍) ଫର୍ମୁଲାରେ ସେ କ୍ଷମତାକୁ ଆସିଥିଲେ ।ସେ ରାଜନେତା ସହିତ ଜଣେ ଆଇନଜୀବୀ ମଧ୍ୟ ଥିଲେ । ୧୯୮୦ ପୂର୍ବରୁ ୧୯୭୬ରେ ମଧ୍ୟ ସୋଲାଙ୍କି ଅଳ୍ପ ସମୟ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ତେବେ ୧୯୮୫ରେ ସେ ଇସ୍ତଫା ଦେଇଥିଲେ । ପରେ ୧୮୨ ଆସନରୁ ୧୪୯ଟି ଆସନରେ ବିଜୟୀ ହୋଇ କ୍ଷମତାକୁ ଫେରିଥିଲେ ।

Show More
Back to top button