ଆସନ୍ତା ୨ରେ ପାଳନ ହେବ ଅଁଳା ନବମୀ

ସତ୍ୟଶିଖା( ଭୁବନେଶ୍ୱର )୩୧.୧୦.୨୦୨୨:  ଅଁଳା ନବମୀ ଓଡିଆ ମାନଙ୍କର ଏକ ବିଶେଷ ପର୍ବ । କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ନବମୀ ତିଥିରେ ପଡେ ଅଁଳା ନବମୀ । ଏହି ଦିନ ପ୍ରତ୍ୟେକଟି ଓଡିଆ ଘରେ ଏହି ପର୍ବକୁ ପାଳନ କରାଯାଏ । ଏହି ଦିନ ରାଧାପାଦ ଦର୍ଶନ କରିବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ । ଅଁଳା ନବମୀ ପୂଜାରେ ଘରର ବୋହୂ ମାନେ ଅଁଳା ଗଛକୁ ପୂଜା କରିଥାନ୍ତି । ଗଛ ମୂଳେ ଛୋଟି ପକାଇ ଅଁଳା ଗଛରେ ବାନା ବା ପତାକା ଲଗାଇ ସିନ୍ଦୂର ଲଗାଇ ପୂଜା କରିଥାନ୍ତି । ତେବେ ଏହି ଦିନ, ଯାହାକିଛି ଶୁଭ କାର୍ଯ୍ୟ ଯେପରିକି ଦାନ, ଉପାସନା, ଭକ୍ତି, ସେବା ଇତ୍ୟାଦି କରାଯାଏ, । ଏହି ପୂଜା ଉତ୍ତର ଭାରତରେ ପାଳନ କରାଯାଏ। ଏହି ଦିନ ଅଁଳା ଗଛ ତଳେ ଖାଦ୍ୟ ରନ୍ଧାଯାଏ ଏବଂ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଖାଦ୍ୟ ଖାଇଥା’ନ୍ତି । ମହିଳାମାନେ ପିଲାମାନଙ୍କର ସୁଖ ଖୁସି ପାଇଁ ଏବଂ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଏହି ପୂଜା ପାଳନ କରନ୍ତି ।

Exit mobile version