
ସତ୍ୟଶିଖା (ନୂଆଦିଲ୍ଲୀ) ୧୩/୧୧/୨୦୨୦ : ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟର ଗୁରୁବାର ରାତିରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କର ଡିସପ୍ଲେ ଫଟୋ ତାଙ୍କ ଅଫିସିଆଲ ଅକାଉଣ୍ଟରୁ ହଟାଇ ଦେଇଥିଲା । କିଛି ସମୟ ପରେ ଡିସପ୍ଲେ ଫଟୋ ପୁଣି ଦେଖିବାକୁ ମିଳିଥିଲା । ନ୍ୟୁଜ୍ ଏଜେନ୍ସୀ ଏଏନଆଇ ଅନୁସାରେ ଏହା ଏଥିପାଇଁ କରାଯାଇଥିବ କାରଣ କେହି ଜଣେ ଏହି ଡିସପ୍ଲେ ଫଟୋ ଉପରେ କପି ରାଇଟ୍ କ୍ଲେମ୍ କରିଥିବ ।ଯଦିଓ ଅମିତ ଶାହଙ୍କ ଡିସପ୍ଲେ ଫଟୋ କିଛି ସମୟ ପରେ ପୁଣି ଥରେ ଦେଖିବାକୁ ମିଳିଥିଲା । ଗୁରୁବାର ରାତିରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଡିସପ୍ଲେ ଫଟୋ ସ୍ଥାନରେ ଲେଖାଥିଲା ‘ମିଡିଆ ନଟ୍ ଡିସପ୍ଲେ’ ଅର୍ଥାତ୍ ଫଟୋ ଦେଖାଯାଉନାହିଁ । ଏହାସହ ଟ୍ବିଟର ସୂଚନା ଦେଇଥିଲା ଯେ, କେହି ଜଣେ ଏହି ଫଟୋ ଉପରେ କପି ରାଇଟ୍ କ୍ଲେମ୍ କରିଥିଲା ।
ସୋସିଆଲ ମିଡିଆରେ ଅମିତ ଶାହ ଅତ୍ୟନ୍ତ ଲୋକପ୍ରିୟ । ଟ୍ବିଟରରେ ସବୁଠୁ ଅଧିକ ଫଲୋଅର୍ସ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଅମିତ ଶାହଙ୍କ ନାଁ ଆସୁଛି । ଅମିତ ଶାହଙ୍କର ୨୩.୬ ମିଲିୟନ ଫଲୋଅର୍ସ ଅଛନ୍ତି । ସେ କେବଳ ୨୯୬ ଲୋକଙ୍କୁ ଫଲୋ କରୁଛନ୍ତି । ଟ୍ବିଟର ନିକଟରେ ବିସିସିଆଇର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରୁ ଡିସପ୍ଲେ ଫଟୋ ହଟାଇ ଦେଇଥିଲା । ଡିସପ୍ଲେ ଫଟୋ ଉପରେ ଅନ୍ୟ କେହି କପି ରାଇଟ୍ କ୍ଲେମ୍ କରିଥିଲେ ।