ସତ୍ୟଶିଖା ୧୮/୧୨/୨୦୨୦ : ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦୁଇ କ୍ଷମତାଧାରୀ ପାର୍ଟି ବିଜେପି ଓ ଟିଏମସି ମଧ୍ୟରେ ଏବେ ଠାରୁ ଘମାଘୋଟ ଲଢେଇ ଦେଖିବାକୁ ମଳିଛି । ବେଙ୍ଗଲରେ ଦଳର ସ୍ଥିତିକୁ ମଜଭୁତ କରିବା ଓ ନିର୍ବାଚନ ପ୍ରଚାରକୁ ଜୋରଦାର କରିବା ଲକ୍ଷରେ ଆଜି ରାତିରେ ପଶ୍ଚିମବଙ୍ଗରେ ପହଂଚିବେ କେନ୍ଦ୍ର ଗୃହମମନ୍ତ୍ରୀ ଅମିତ ଶାହା । ଶାହାଙ୍କର ଏହି ଦୁଇଦିନିଆ ଗସ୍ତର ପ୍ରଥମ ଦିନରେ ପୂର୍ବ ମେଦିନା ପୁରରେ ଜଣେ ଚାଷୀ ଘରେ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟ ନିର୍ବାଚନ ପ୍ରଚାର ବେଳେ ବିଜେପି ନେତା ମାନେ ଦଳିତ ମାନଙ୍କ ଘରେ ଭୋଜନ କରି ଦଳିତ ଭୋଟବ୍ୟାଙ୍କକୁ ମଜଭୁତ କରୁଥିବା ଦେଖିବାକୁ ମିଳିଥିଲା ।
ଆଜି ଅମିତ ଶାହା ଚାଷୀ ଘରେ କରିବେ ଭୋଜନ
