ଦେଶନ୍ୟୁଜ୍

ଅମିତ ଶାହା ଖୁବ୍ ଶୀଘ୍ର ଏମ୍ସରୁ ଡିସଚାର୍ଜ ହେବେ l

ସତ୍ୟଶିଖା ୩୦ .୦୮.୨୦୨୦ :  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଖୁବ୍ ଶୀଘ୍ର ଏମ୍ସରୁ ଡିସଚାର୍ଜ ହେବେ । ଏମ୍ସର ଜାରି ହେଲଥ ବୁଲେଟିନ୍ ଅନୁଯାୟୀ ଗୃହମନ୍ତ୍ରୀ ଅମିତ ଶାହା ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ କରାଯିବ । ଅମିତ ଶାହାଙ୍କୁ 11 ଦିନ ପୂର୍ବରୁ ନୂଆଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏମ୍ସ ନିର୍ଦ୍ଦେଶକ ଡଃ ରଣଦୀପ ଗୁଲେରିଆଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କ ଚିକିତ୍ସା କରିଥିଲେ । ତାଙ୍କର ସାମାନ୍ୟ ଜ୍ୱର ହୋଇଥିଲା ବେଳେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

ଏହା ପୂର୍ବରୁ 14 ଅଗଷ୍ଟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ କରୋନା ରିପୋର୍ଟ ନେଗେଟିଭ ହୋଇଥିଲା । ଅମିତ ଶାହା ନିଜେ ଟ୍ୱିଟ୍ କରି କରୋନା ନେଗେଟିଭ ବିଷୟରେ ସୂଚନା ଦେଇଥିଲେ । ଏହା ପରେ ତାଙ୍କୁ ମେଦାନ୍ତ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ଏବଂ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ଅଗଷ୍ଟ 2 ରେ ସେ କରୋନା ପଜିଟିଭ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅମିତ ଶାହା କରୋନା ପଜିଟିଭ୍ ହେବା ପରେ ଲୋକମାନେ ଶୀଘ୍ର ସୁସ୍ଥ ହେବାକୁ ନେଇ କାମନା କରିଥିଲେ। 12 ଦିନ ପରେ, ଅଗଷ୍ଟ 14 ରେ, ଅମିତ ଶାହାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା ।

Show More
Back to top button