ସତ୍ୟଶିଖା (ନୂଆଦିଲ୍ଲୀ) ୨୨/୧୦/୨୦୨୦ : ଆଜି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଭାବେ ପରିଚିତ ଅମିତ ଶାହଙ୍କ ଜନ୍ମଦିନ । ୫୬ ବର୍ଷରେ ପାଦ ଥାପିଛନ୍ତି ଶାହ । ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୀୟୁଷ ଗୋଏଲ, ନିତିନ ଗଡ଼କରି ଓ ଯୋଗୀ ଆଦିତ୍ୟନାଥଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ତାଙ୍କୁ ଟ୍ଵିଟ କରି ଶୁଭେଚ୍ଛା ଜଣାଇଛନ୍ତି । ମୋଦି ଜନ୍ମଦିନର ଶୁଭେଚ୍ଛା ଦେବା ସହ କହିଛନ୍ତି ଯେଉଁ ପ୍ରକାରରେ ସେ ଦେଶର ବିକାଶ ଦିଗରେ ଯୋଗଦାନ ଦେଉଛନ୍ତି ତାର ସମସ୍ତେ ସାକ୍ଷୀ ଅଛନ୍ତି । ବିଜେପିକୁ ମଜବୁତ କରିବା ଦିଗରେ ତାଙ୍କର ଯୋଗଦାନ ଖୁବ୍ ଗୁରୁତ୍ବପୂଣ୍ଣ। ଈଶ୍ବର ତାଙ୍କୁ ଭାରତର ସେବା ଓ ସୁସ୍ଥ ଜୀବନ ପ୍ରଦାନ କରନ୍ତୁ ବୋଲି ସେ କାମନା କରିଛନ୍ତି ।
ଅମିତ ଶାହ ୫୬ ବର୍ଷ ବୟସରେ ପଦାର୍ପଣ କଲେ
