ପାର୍ବଣର ଉତ୍ସାହ ମଧ୍ୟରେ ନିରାଶ କରିଛି ପାଣିପାଗ ବିଭାଗ ଆକଳନ


ସତ୍ୟଶିଖା (ଭୁବନେଶ୍ୱର ) ୨୦.୧୦.୨୦୨୩ : ଝଲସୁଛି ରାଜଧାନୀ, ପାର୍ବଣରେ ଭୂଆଷୁଣୀ ପରି ଲାଗୁଛି ଭୁବନେଶ୍ବର । ରାତି ପାହିଲେ ଧରାଅବତରଣ କରିବେ ମାଆ ଜଗତଜନନୀ । ମା’ଙ୍କ ଆଗମନ ପାଇଁ ସଜେଇ ହେଇଛି ପୂରା ରାଜଧାନୀ । ଏଇ ଯେମିତି ସହୀଦନଗର ପୂଜା କମିଟି ପକ୍ଷରୁ ଚଳିତ ବର୍ଷ କାଳ୍ପନିକ ପରିମହଲ ତୋରଣ ନିର୍ମାଣ କରାଯାଇଛି । ଚଳିତ ବର୍ଷ ରାଜଧାନୀରେ 190ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଜଗତଜନନୀ ।
ଅନ୍ୟପଟେ ପାର୍ବଣର ଉତ୍ସାହ ମଧ୍ୟରେ ନିରାଶ କରିଛି ପାଣିପାଗ ବିଭାଗ ଆକଳନ। ଦଶହରାରେ ଭିଜିପାରେ ଉତ୍ତର ଏବଂ ଉପକୂଳ ଓଡ଼ିଶା । ଅକ୍ଟୋବର ୨୧ରେ ସୃଷ୍ଟି ହେବ ଲଘୁଚାପ । ଲଘୁଚାପ ପ୍ରଭାବରେ ଅକ୍ଟୋବର ୨୩ରୁ ୨୬ ତାରିଖ ଯାଏ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୩ ତାରିଖ ବେଳକୁ ଏହା ଦକ୍ଷିଣ ଓଡ଼ିଶା ଉପକୂଳରେ ପ୍ରଭାବ ପକାଇବ ସହ ଦକ୍ଷିଣ ଓଡ଼ିଶା ଉପକୂଳ କଡ଼େ କଡ଼େ ଆଗକୁ ବଢ଼ି ଉତ୍ତର ଓଡ଼ିଶା ପ୍ରବେଶ କରିପାରେ।
ଗୋଟିଏପଟେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତ ପୂରା ରାଜଧାନୀ। ଅନ୍ୟପଟେ ବର୍ଷାର ସମ୍ବାବନା ପାର୍ବଣ ମାହୋଲକୁ ଫିକା ପକେଇ ପାରେ ବୋଲି ଆଶଙ୍କା କରାଯାଉଛି ।