ସତ୍ୟଶିଖା (ମୁମ୍ବାଇ) ୧୧/୧୧/୨୦୨୦ : ଭାରତର ନାମୀ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲମିଟେଡ୍ ଅନଲାଇନ ରିଟେଲ ସେକ୍ଟରରେ ପ୍ରବେଶ ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି । ଦିବାଲୀ ସେଲ ମାଧ୍ୟମରେ ରିଲାଏନ୍ସ ଇ-କମର୍ସ ବଜାରରେ ପ୍ରବେଶ କରିବାକୁ ଯାଉଥିବା ବେଳେ ବଜାରରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଫ୍ଲିପକାର୍ଟ ଓ ଆମାଜନକୁ କଡ଼ା ଟକ୍କର ଦେବେ ବୋଲି ଜଣାପଡିଛି । ଭାରତୀୟ ଇ-କମର୍ସ ବଜାରକୁ ଆମାଜନ ଓ ଫ୍ଲିପ୍ କାର୍ଟ ଦୀର୍ଘ ବର୍ଷରୁ କବଳିତ କରି ରଖିଛନ୍ତି । ଏଣୁ ରିଲାଏନ୍ସ ବମ୍ପର ଡିସ୍କାଉଣ୍ଟ ମାଧ୍ୟମରେ ନିଜ ଲାଗି ନୂଆ ବଜାର ତିଆରି କରିବା ଯୋଜନାରେ ଥିବା ଜଣାପଡିଛି ।
ଖୁଚୁରା କ୍ଷେତ୍ରରେ ବ୍ୟାପକ ରିହାତି ସହ ଧମକା କରିବେ ଅମ୍ବାନୀ, ଫ୍ଲିପକାର୍ଟ ଓ ଆମାଜନ ସହ ହେବ ଟକ୍କର
