ସତ୍ୟଶିଖା (ବେଙ୍ଗାଲୁରୁ) ୦୬.୧୦.୨୦୨୦ : ଆମାଜନ ଡଟ୍ ଇନ୍ ମଙ୍ଗଳବାର ‘ଗ୍ରେଟ୍ ଇଣ୍ଡିଆନ ଫେଷ୍ଟିଭାଲ’ ଘୋଷଣା କରିଛନ୍ତି । ଭାରତରେ ୧୭ ଅକ୍ଟୋବର ୨୦୨୦ରୁ ଏହି ଫେଷ୍ଟିଭ୍ ଇଭେଣ୍ଟ ଆରମ୍ଭ ହେବ ବୋଲି କମ୍ପାନୀ କହିଥିବା ବେଳେ ଗତବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଗ୍ରାହକଙ୍କୁ ଅଫର ଓ ବିପୁଳ ରିହାତି ପ୍ରଦାନ କରାଯିବ ବୋଲି ସୂଚିତ କରିଛନ୍ତି । ପ୍ରାଇମ୍ ମେମ୍ବର୍ସଙ୍କୁ ଏହି ସେଲରେ ୧୬ ଅକ୍ଚୋବରରୁ ଅର୍ଲି ଏକ୍ସେସ୍ ମିଳିବ । ଇଭେଣ୍ଟରେ ଚଳିତବର୍ଷ ଗ୍ରାହକଙ୍କୁ ସ୍ମଲ ଏଣ୍ଡ ମିଡିୟମ ବିଜନେସ୍ (ଏସଏମବି) ପ୍ରଡକ୍ଟସର ବିସ୍ତୃତ ବର୍ଗମାଳା ଉପଲବ୍ଧ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଯାହାଦ୍ୱାରା କୋଭିଡ କାଳରେ କାରବାର ହରାଇଥିବା ଏସଏମବି ସେକ୍ଟର କିଛିଟା ଉପକୃତ ହୋଇପାରିବେ ବୋଲି ଆମାଜନ ଆଶାବ୍ୟକ୍ତ କରିଛନ୍ତି । ତେବେ ଆସନ୍ତୁ ୭ଟି ପଏଣ୍ଟରେ ଜାଣିବା ‘ଗ୍ରେଟ୍ ଇଣ୍ଡିଆ ଫେଷ୍ଟିଭାଲ ସେଲ୍’ର ବିସ୍ତୃତ ତଥ୍ୟ ।
ଅକ୍ଟୋବର ୧୭ରୁ ଆମାଜନ ‘ଗ୍ରେଟ୍ ଇଣ୍ଡିଆ ଫେଷ୍ଟିଭାଲ ସେଲ୍’, ବଡ଼ ଅଫର ସାଙ୍ଗକୁ ମିଳିବ ଡିସ୍କାଉଣ୍ଟ l
