ସତ୍ୟଶିଖା (ନୂଆଦିଲ୍ଲୀ) ୦୩/୦୨/୨୦୨୧ : ଆମାଜନ ସିଇଓ ଜେଫ୍ ବେଯୋଶ୍ ନିଜ ପଦବୀରୁ ଇସ୍ତଫା ଦେଉଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ସେ ପଦବୀ ଛାଡିଦେବେ । ମଙ୍ଗଳବାର ଦିନ ଆମାଜନ ଘୋଷଣା କରିଛି ଯେ ଏଡବ୍ଲୁଏସ ସିଇଓ ଏଣ୍ଡି ଜେସି ଚଳିତ ବର୍ଷ ତୃତୀୟ ତ୍ରୟମାସିକରେ ଜେଫ ବେଯୋଶଙ୍କ ସ୍ଥାନ ଗ୍ରହଣ କରିବେ । ତାଛଡା ଆହୁରି କୁହାଯାଇଛି ଯେ ଜେଫ ବେଯୋଶ ବୋର୍ଡ କାର୍ଯ୍ୟକାରୀ ଅଧିକାରୀ ରହିବେ । ବେଯୋଶ ଏକ ପତ୍ର ଲେଖି ନିଜ କର୍ମଚାରୀଙ୍କୁ ନିଜ ନିଷ୍ପତ୍ତି ସମ୍ବନ୍ଧରେ ଅବଗତ କରାଇଛନ୍ତି । ମଙ୍ଗଳବାର ଦିନ ପତ୍ରରେ ସେ କହିଛନ୍ତି ଯେ ସେ କମ୍ପାନୀର ସିଇଓ ପଦବୀ ଛାଡ଼ୁଛନ୍ତି । ବର୍ତ୍ତମାନ ଜେସି ଆମାଜନ ୱେବ ସର୍ଭିସର ମୁଖ୍ୟ ।
ବେଯୋଶ୍ ଏକ ଷ୍ଟାର୍ଟଅପ୍ ହିସାବରେ ଆମାଜନ୍ ଆରମ୍ଭ କରିଥିଲେ । ବର୍ତ୍ତମାନ କମ୍ପାନୀ ଦୁନିଆର ସବୁଠାରୁ ବଡ କମ୍ପାନୀମାନଙ୍କ ମଧ୍ୟରୁ ଗୋଟିଏ । ଆମାଜନରେ ଅଂଶଧନ ଆଧାରରେ ଜେଫ୍ ବେଯୋଶ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି । କମ୍ପାନୀ ୨୦୨୦ର ଶେଷ ୩ମାସରେ ୧୦୦ ବିଲିୟନ ଡଲାର ବିକ୍ରି କରିଛି । ଫଳରେ ଆମାଜନର ରୋଜଗାର ରେକର୍ଡ ସ୍ଥରରେ ବୃଦ୍ଧି ଘଟିଛି ।