ଚମତ୍କାରୀ ଖିର ଫେସିଆଲ୍

ସତ୍ୟଶିଖା(ଭୁବନେଶ୍ୱର) ୦୩.୦୬.୨୦୨୧: ଘରେ ସରଳ ଉପାୟ ଅବଲମ୍ବନ କରି ଆପଣ ନିଜ ତ୍ୱଚାର ସୁନ୍ଦରତାକୁ ଦ୍ୱିଗୁଣିତ କରି ପାରିବେ। ସେଭଳି କେତେକ ସରଳ ଉପାୟ ମଧ୍ୟରୁ ଗୋଟିଏ ହେଉଛି ଖିର ଫେସିଆଲ୍। ସପ୍ତାହକୁ ଥରେ ଏହି ଫେସିଆଲ୍ କରିବା ଦ୍ୱାରା ନିଜେ ଏହାର ଚମତ୍କାରିତା ଅନୁଭବ କରିପାରିବେ। ଜାଣନ୍ତୁ ଏହାର ପ୍ରଣାଳୀ ………
ପ୍ରଥମ ପ୍ରଣାଳୀ – ପ୍ରଥମେ ମୁହଁକୁ ଭଲ ଭାବେ ଧୋଇ ପୋଛି ଦିଅନ୍ତୁ। ଏହାପରେ ଖିରରେ ସାମାନ୍ୟ ଲେମ୍ବୁ ରସ ମିଶାଇ, ଏହାକୁ ତୁଳା ଦ୍ୱାରା ନିଜ ମୁହଁରେ ଭଲ ଭାବେ ମାଲିସ କରନ୍ତୁ। କିଛି ସମୟ ମାଲିସ କରିବା ପରେ ମୁହଁକୁ ଧୋଇ ଦିଅନ୍ତୁ।
୨ୟ ପ୍ରଣାଳୀ – ଏବେ ଖିରରେ ଅଳ୍ପ ଦହି , ଚିନି ମିଶାଇ ଭଲ ଭାବେ ମୁହଁକୁ ୧୦ ରୁ ୧୨ ମିନିଟ ମାଲିସ କରନ୍ତୁ। ଏହାପରେ ମୁହଁକୁ ଧୋଇ ପୋଛି ଦିଅନ୍ତୁ।
୩ୟ ପ୍ରଣାଳୀ – ଗ୍ୟାରେ ଏକ ପାତ୍ରରେ ଉଷୁମ ପାଣି କରି ଅନ୍ୟ ଏକ ପାତ୍ରକୁ କାଢି ଦିଅନ୍ତୁ। ଏହାପରେ ଏହି ପାଣିରେ ଏକ ଛୋଟ ପତାଳା ତଉଲିଆକୁ ବୁଡ଼ାଇ ଭଲ ଭାବେ ଚୁପୁଡ଼ି ଏହାକୁ ମୁହଁ ପୋଛିବା ଭଳି କରନ୍ତୁ। ୨ ରୁ ୩ ଥର ଏଭଳି କରନ୍ତୁ।
୪ର୍ଥ ପ୍ରଣାଳୀ – ୪ ରୁ ୫ ଚାମଚ ଖିରରେ ଅଳ୍ପ ହଳଦୀ, ବେସନ, ମହୁ, ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୨୦ ରୁ ୨୫ ମିନିଟ ରଖନ୍ତୁ। ଏପରେ ମୁହଁ ଧୋଇ ଦିଅନ୍ତୁ।

Exit mobile version